ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ନିର୍ବାଚନ ମଣ୍ଡଳୀ ଛାଡିବେ ବାହାର ନେତା

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ଭୋଟର ୩୬ ଘଣ୍ଟା ପୂର୍ବରୁ କୌଣସି ନିର୍ବାଚନ ମଣ୍ଡଳୀରେ ବାହାର ଅଞ୍ଚଳର ନେତା ରହିପାରିବେ ନାହିଁ। ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ଲାଗି ରାଜ୍ୟ ନିର୍ବାଚନ କମିଶନ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଚାର ଶେଷ ହେବା କ୍ଷଣି ବାହାର ଅଞ୍ଚଳର ନେତାମାନଙ୍କୁ ସମ୍ପକ୍ତ ନିର୍ବାଚନ ମଣ୍ଡଳି ଛାଡି ଚାଲି ଯିବାକୁ ପଡିବ। ତେବେ ନିଜ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ମନ୍ତ୍ରୀ ଓ ନେତା ରହିପାରିବେ। ସେମାନଙ୍କ ଉପରେ ଏହି କଟକଣା […]

election

election

Rakesh Mallick
  • Published: Friday, 03 February 2017
  • Updated: 03 February 2017, 08:46 PM IST

Sports

Latest News

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ଭୋଟର ୩୬ ଘଣ୍ଟା ପୂର୍ବରୁ କୌଣସି ନିର୍ବାଚନ ମଣ୍ଡଳୀରେ ବାହାର ଅଞ୍ଚଳର ନେତା ରହିପାରିବେ ନାହିଁ। ନିର୍ବାଚନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ଲାଗି ରାଜ୍ୟ ନିର୍ବାଚନ କମିଶନ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଚାର ଶେଷ ହେବା କ୍ଷଣି ବାହାର ଅଞ୍ଚଳର ନେତାମାନଙ୍କୁ ସମ୍ପକ୍ତ ନିର୍ବାଚନ ମଣ୍ଡଳି ଛାଡି ଚାଲି ଯିବାକୁ ପଡିବ। ତେବେ ନିଜ ନିର୍ବାଚନ ମଣ୍ଡଳୀରେ ସ୍ଥାନୀୟ ମନ୍ତ୍ରୀ ଓ ନେତା ରହିପାରିବେ। ସେମାନଙ୍କ ଉପରେ ଏହି କଟକଣା ଲାଗୁ କରାଯିବ ନାହିଁ।

ଏହାସହ ମତଦାନର ୩୬ ଘଣ୍ଟା ପୂର୍ବରୁ କେହି ପ୍ରାର୍ଥୀ କୌଣସି ଉପାୟରେ ପ୍ରଚାର କରିପାରିବେ ନାହିଁ।

ଭୋଟ ପାଇଁ ସରକାରୀ କର୍ମଚାରୀମାନେ ୩ ଦିନ ସ୍ୱତନ୍ତ୍ର ଛୁଟି ନେଇପାରିବେ। ନିର୍ବାଚନ ଦିନ ଏବଂ ନିର୍ବାଚନ ପୂର୍ବ ଓ ପର ଦିନ ଏହି ଛୁଟି ନେଇ ହେବ। ଭୋଟ ଦିନଟିକୁ ସ୍ଥାନୀୟ ଛୁଟି ଘୋଷଣା ଲାଗି ଜିଲ୍ଲାପାଳମାନଙ୍କୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos