ବିଦ୍ୟୁତ୍‌ କାଟ୍‌ର ପ୍ରତିବାଦ: ଯନ୍ତ୍ରୀଙ୍କୁ ଜୋତାମାଳ ପିନ୍ଧାଇଲେ ଉତ୍ତ୍ୟକ୍ତ ଲୋକେ

କେନ୍ଦୁଝର: ବିଦ୍ୟୁତ୍‌ କାଟ ପ୍ରତିବାଦରେ କେନ୍ଦୁଝରରେ ତାତିଛନ୍ତି ସାଧାରଣ ଲୋକେ। ରାଜରାସ୍ତାରେ ନେସ୍କୋର ୨ ବିଭାଗୀୟ ଯନ୍ତ୍ରୀଙ୍କୁ ବସାଇ ଆନ୍ଦୋଳନ କଲେ। ଖାଲି ବସାଇ ନ ଥିଲେ ଦୁଇ ଯନ୍ତ୍ରୀଙ୍କୁ ଜୋତାମାଳ ମଧ୍ୟ ପିନ୍ଧାଇ ଥିଲେ। ଏହାସହ ନେସ୍କୋ ମୁଖ୍ୟ କାର୍ଯ୍ୟାଳୟ ଘେରାଇ କରି ଫାଟକରେ ତାଲା ପକାଇ ଦେଇଥିଲେ।

ଅଘୋଷିତ ବିଦ୍ୟୁତ୍‌ କାଟର ପ୍ରତିବାଦରେ ଏଭଳି ଆନ୍ଦୋଳନ କରିଥିଲେ ସ୍ଥାନୀୟ ଲୋକେ।  ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ବୋଲି ଚେତାବନୀ ଦେଇଥିଲେ।

୭ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ବିଭାଗୀୟ ଯନ୍ତ୍ରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ଓହରିଥିଲେ।