ଲୋଡ୍ ଡିକ୍ଲାରେସନ୍‌ ନାଁରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ସିକ୍ୟୁରିଟି ଟଙ୍କା ଆଦାୟକୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କ ସିକ୍ୟୁରିଟି ଟଙ୍କା ଦୂରୁପଯୋଗ କରିଥିବା ବିତରକ କମ୍ପାନୀ ଭିନ୍ନ ଉପାୟରେ ପୁଣି ସିକ୍ୟୁରିଟି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଲୋଡ୍ ଡିକ୍ଲାରେସନ୍ ନାଁରେ ବିତରକ କମ୍ପାନୀ ସେସୁର ଉପଭୋକ୍ତାଙ୍କ ପାଖରୁ ଏପରି ସିକ୍ୟୁରିଟି ଟଙ୍କା ଆଦାୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେହିପରି ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଥିବା ସର୍ବନିମ୍ନ ଧାର୍ଯ୍ୟ ଚାର୍ଜକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି ଉପଭୋକ୍ତା ସଂଘ। ଏପରି କି ସେସୁର ପକ୍ଷରୁ ଲୋଡ୍ ଜଣାଇବାର ଅନୁରୋଧ […]

bidut

bidut

Rakesh Mallick
  • Published: Friday, 19 February 2016
  • Updated: 20 February 2016, 02:57 AM IST

Sports

Latest News

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କ ସିକ୍ୟୁରିଟି ଟଙ୍କା ଦୂରୁପଯୋଗ କରିଥିବା ବିତରକ କମ୍ପାନୀ ଭିନ୍ନ ଉପାୟରେ ପୁଣି ସିକ୍ୟୁରିଟି ଟଙ୍କା ଆଦାୟ କରୁଥିବା ଅଭିଯୋଗ ହୋଇଛି। ଲୋଡ୍ ଡିକ୍ଲାରେସନ୍ ନାଁରେ ବିତରକ କମ୍ପାନୀ ସେସୁର ଉପଭୋକ୍ତାଙ୍କ ପାଖରୁ ଏପରି ସିକ୍ୟୁରିଟି ଟଙ୍କା ଆଦାୟକୁ ନେଇ ଏବେ ପ୍ରଶ୍ନ ଉଠିଛି। ସେହିପରି ଉପଭୋକ୍ତାଙ୍କ ଠାରୁ ଆଦାୟ କରାଯାଉଥିବା ସର୍ବନିମ୍ନ ଧାର୍ଯ୍ୟ ଚାର୍ଜକୁ ନେଇ ମଧ୍ୟ ଆପତ୍ତି ଉଠାଇଛନ୍ତି ଉପଭୋକ୍ତା ସଂଘ।

ଏପରି କି ସେସୁର ପକ୍ଷରୁ ଲୋଡ୍ ଜଣାଇବାର ଅନୁରୋଧ ଆଳରେ ବିଜ୍ଞାପନ ମଧାଧ୍ୟମରେ ଉପଭୋକ୍ତାଙ୍କୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ମଞ୍ଜୁର ପ୍ରାପ୍ତ ଲୋଡରୁ ଅଧିକ ବିଦ୍ୟୁତ୍ ଉପଯୋଗ କରି ଧରାପଡ଼ିଲେ ୨ଗୁଣ ଶୁକ୍ଲ ଆଦାୟ କରାଯିବ ବୋଲି ସେସୁ କହିଛି। ଏହା ପୁଣି ଧରାପଡିବା ଦିନର ୧୨ମାସ ପୂର୍ବରୁ ଆଦାୟ ହେବ। ଏହି ବିଜ୍ଞାପନରେ ଥିବା ଡେଡଲାଇନ୍ ସରିଛି। ଅର୍ଥାତ୍ ସେସୁ ଅଧୀନରେ ଥିବା ୨୦ଲକ୍ଷ ଉପଭୋକ୍ତାଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛି ସେସୁ। ଲୋଡ୍ ଡିକ୍ଲାରେସନ ନାଁରେ ସେସୁ ପୁଣି ଥରେ ସିକ୍ୟୁରିଟି ଟଙ୍କା ଆଦାୟ କରିବାକୁ ଏପରି କାରସାଦି କରିଥିବା ଉପଭୋକ୍ତା ସଂଘ ସଭାପତି ରମେଶ ଶତପଥୀ ଅଭିଯୋଗ କରିଛନ୍ତି।

ସେସୁ ପକ୍ଷରୁ କୁହାଯାଇଛି, ୬୫ ହଜାର ଉପଭୋକ୍ତା ନିଜ ଆଡୁ ଲୋଡ୍ ଡିକ୍ଲାରେସନ୍ ସମ୍ପର୍କରେ ଜଣାଇଛନ୍ତି। ହେଲେ ଏମାନଙ୍କ ପାଖରୁ କେତେ ଟଙ୍କା ଆଦାୟ ହୋଇଛି ତାର ହିସାବ ସେସୁ ଦେଇପାରୁନାହିଁ।

ବିତରକ କମ୍ପାନୀଙ୍କ ଆଉ ଏକ କାରସାଦିକୁ ନେଇ ବି ଚର୍ଚ୍ଚା ଜୋର ଧରିଛି। ପ୍ରତିମାସରେ ମିନିମମ୍ ଫିକ୍ସ ଚାର୍ଜ (ଏମ୍‌ଏଫ୍‌ସି) ଆକାରରେ କିଲୋୱାଟ୍ ପିଛା ୨୦ ଟଙ୍କା ଆଦାୟ କରାଯାଉଛି। ବର୍ଷ ବର୍ଷ ଧରି ଏହା ଆଦାୟ କରି ଚାଲିଛନ୍ତି ବିତରକ କମ୍ପାନୀ। ହେଲେ ଏ ବାବଦକୁ କେତେ ଟଙ୍କା ଆଦାୟ ହେଲାଣି ତା’ର ହିସାବ କମ୍ପାନୀ ପାଖରେ ନାହିଁ। ଗତ ବିଧାନସଭା ଅଧିବେଶନରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗରେ ଉଠାଇଥିଲେ।

ବିଦ୍ୟୁତ୍‌ ଉପଭୋକ୍ତା ସଂଘ ପକ୍ଷରୁ ମଧ୍ୟ ସେସୁର ଏପରି କାର୍ଯ୍ୟକୁ ବିରୋଧ କରାଯାଇଛି। ଉପଭୋକ୍ତାଙ୍କଠାରୁ ଏହି ଏମ୍‌ଏଫ୍‌ସି ଆଦାୟ ବନ୍ଦ କରାଯାଉ ବୋଲି ବିଦ୍ୟୁତ୍‌ ଉପଭୋକ୍ତା ସଂଘ ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏ ବାବଦରେ କମ୍ପାନୀ ପକ୍ଷରୁ ପ୍ରାୟ ୫ ହଜାର କୋଟି ଟଙ୍କା ନିଆଯାଇଛି। ଏହାକୁ ତୁରନ୍ତ ଫେରାଇବା ସହ କିଲୋୱାଟ ପିଛା ଟଙ୍କା ଆଦାୟ ବନ୍ଦ କରିବାକୁ ସେ ଦାବି କରିଛନ୍ତି।

ଗ୍ରୀଡ୍‌କୋ ସିଜିଏମ୍‌ ଫାଇନାନ୍ସ ବିଭୁ ମହାପାତ୍ର କହିଛନ୍ତି, ଏଥିରେ କିଛଇ ଅନିୟମିତତା ହୋଇନାହିଁ। ଓଇଆରସି ଏହାକୁ କାର୍ଯ୍ୟକାରୀ କରିଛି, ନିଶ୍ଚିତ ତର୍ଜମା କରିବା ପରେ ଏହା କାର୍ଯ୍ୟକାରୀ କରିଥିବେ। ଲୋକଙ୍କୁ ଯେଉଁ ବିଦ୍ୟୁତ୍‌ ବ୍ୟବହାର କରୁଛନ୍ତି, ତା’ର ମୂଲ୍ୟ ତ ଆଦାୟ କରାଯିବ। କୋଉ ହିସାବରେ ଦେୟ ଆଦାୟ କରାଯବ ତାହା ରେଗୁଲେଟର ହିସାବ କରିବେ ବୋଲି ସେ କହିଛନ୍ତି।

ଉପଭୋକ୍ତାଙ୍କ ସିକ୍ୟୁରିଟି ଟଙ୍କାର ଦୂରୁପଯୋଗ ନେଇ ଅଡିଟ୍ ଚାଲିଥିବା ବେଳେ ପୁଣି ଭିନ୍ନ ଉପାୟରେ ଟଙ୍କା ଆଦାୟର ଫନ୍ଦିକୁ ନେଇ ପ୍ରଶ୍ନ ଉଠିଛି। ତେବେ ଲୋଡ୍ ଡିକ୍ଲାରେସନ୍ ନାଁରେ ଉପଭୋକ୍ତାଙ୍କ ପାଖରୁ କେତେ ଟଙ୍କା ଆଦାୟ ହେଲାଣି ତା’ର ତଥ୍ୟ ନ ଦେବା ପୂରା ପ୍ରକ୍ରିୟାକୁ ସନ୍ଦେହ ଘେରକୁ ନେଇଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos