ଭୋଜି ପାଇଁ ଯାଇ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ

ପୋଲସରା(ଅକ୍ଷୟ ମହାରଣା): ଭୋଜି ଖାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ। ଦନ୍ତା ହାତୀ ବାଟ ଓଗାଳିଥିବା ବେଳେ ପଛରେ ଥିବା ହାତୀ ପଲ ଉଭୟଙ୍କୁ କଚାଡ଼ି ଦେଇଥିଲେ।   ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।  ସେମାନେ ହେଲେ ମନୋଜ ପ୍ରଧାନ ଓ ସୁଶାନ୍ତ ଦଳେଇ। ଗ୍ଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧୀନ ଶୁଳିଆପଲ୍ଲୀ ଗ୍ରାମରେ ମନୋଜ ବହୁଦିନ ଧରି  ରହି ଆସୁଥିଲେ। ଗତକାଲି ସେହି ଗ୍ରାମରେ ଏକ  ଭୋଜିର ଆୟୋଜନ ହୋଇଥିଲା […]

Elephant

Niharika Rout
  • Published: Friday, 06 August 2021
  • , Updated: 06 August 2021, 02:18 PM IST

ପୋଲସରା(ଅକ୍ଷୟ ମହାରଣା): ଭୋଜି ଖାଇବାକୁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଗଲେ ୨ ଯୁବକ। ଦନ୍ତା ହାତୀ ବାଟ ଓଗାଳିଥିବା ବେଳେ ପଛରେ ଥିବା ହାତୀ ପଲ ଉଭୟଙ୍କୁ କଚାଡ଼ି ଦେଇଥିଲେ।   ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।  ସେମାନେ ହେଲେ ମନୋଜ ପ୍ରଧାନ ଓ ସୁଶାନ୍ତ ଦଳେଇ।

ଗ୍ଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅଧୀନ ଶୁଳିଆପଲ୍ଲୀ ଗ୍ରାମରେ ମନୋଜ ବହୁଦିନ ଧରି  ରହି ଆସୁଥିଲେ। ଗତକାଲି ସେହି ଗ୍ରାମରେ ଏକ  ଭୋଜିର ଆୟୋଜନ ହୋଇଥିଲା । ଉକ୍ତ ଭୋଜିରେ ଯୋଗ ଦେବାକୁ ବାଲିପଦର ଫାଣ୍ଡି ଅନ୍ତର୍ଗତ ଅରଖପୁର ଗ୍ରାମର ସୁଶାନ୍ତ ଦଳେଇ ଯାଇଥିଲେ। ଉଭୟ ଭୋଜି ଖାଇବାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ବୁଗୁଡ଼ା ମେଡିକାଲରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣକୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି।

ବୁଗୁଡ଼ା ଅଞ୍ଚଳବାସୀ  ବାରମ୍ବାର ହାତୀ ଆକ୍ରମଣର ଶିକାର ହେଉଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀଙ୍କୁ ଘଉଡ଼ାଇବାକୁ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଖେଳି ଯାଇଛି।

ଏନେଇ ବୁଗୁଡ଼ା ରେଞ୍ଜର କହିଛନ୍ତି, ୨ ଦିନ ପୂର୍ବେ ଏକ ହାତୀ ପଲ ବୁଗୁଡ଼ା ଅଞ୍ଚଳକୁ ପଶି ଆସିଥିଲେ। ମନୋଜ  ଓ ସୁଶାନ୍ତ ଗତକାଲି ଭୋଜି ଖାଇବାକୁ ଯାଉଥିବା ବେଳେ ଏକ ଦନ୍ତା ହାତୀ ବାଟ ଓଗାଳିଥିଲା। ଦନ୍ତାକୁ ଦେଖି ସେମାନେ ବାଇକ୍‌ ଅଟକାଇ ଦେଇଥିବା ବେଳେ ପଛରେ ଥିବା ହାତୀ ପଲ ସେମାନଙ୍କୁ ଠେଲି ଦେଇଥିଲେ। ଏହାପରେ ତୁରନ୍ତ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଉଭୟଙ୍କୁ ମେଡିକାଲ ପଠାଯାଇଥିଲା। ସେଠାରେ ଜଣଙ୍କ ଅବସ୍ଥା ସ୍ଥିର ଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

Related story