୩ ଦିନ ପରେ ଜଙ୍ଗଲକୁ ଫେରିଲା ଦନ୍ତାହାତୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ହାତୀ। ରାସ୍ତାରେ ଜଙ୍ଗଲୀ ଜୀବକୁ ଦେଖି ସହରବାସୀ ଆତଙ୍କିତ। କେତେବେଳେ ସହରୀ ରାଜରାସ୍ତାରେ ବୁଲୁଥିବା କୁକୁରକୁ ହାତୀ ଗୋଡ଼ାଉଛି ତ ଆଉ କେତେ ବେଳେ ମଣିଷକୁ ଭୟଭୀତ କରିବା ପାଇଁ ପ୍ରୟାସ କରୁଛି। ପୁଣି କେତେବେଳେ ନିଜେ ଭୟଭୀତ ହୋଇ ପଛକୁ ଫେରି ଯାଉଛି। ୩ ଦିନର ଲୁଚକାଳି ପରେ ଦନ୍ତାହାତୀଟି ଆଜି ଜଙ୍ଗଲକୁ ଫେରିଛି। ରାଜଧାନୀରେ ଏଭଳି ଦୃଶ୍ୟ କୋତୁହଳ ସୃଷ୍ଟି କରିଛି। ବନ ବିଭାଗର କହିବା […]

elephant back to chandak jungle

elephant back to chandak jungle

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 08:47 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ରାଜରାସ୍ତାରେ ହାତୀ। ରାସ୍ତାରେ ଜଙ୍ଗଲୀ ଜୀବକୁ ଦେଖି ସହରବାସୀ ଆତଙ୍କିତ। କେତେବେଳେ ସହରୀ ରାଜରାସ୍ତାରେ ବୁଲୁଥିବା କୁକୁରକୁ ହାତୀ ଗୋଡ଼ାଉଛି ତ ଆଉ କେତେ ବେଳେ ମଣିଷକୁ ଭୟଭୀତ କରିବା ପାଇଁ ପ୍ରୟାସ କରୁଛି। ପୁଣି କେତେବେଳେ ନିଜେ ଭୟଭୀତ ହୋଇ ପଛକୁ ଫେରି ଯାଉଛି। ୩ ଦିନର ଲୁଚକାଳି ପରେ ଦନ୍ତାହାତୀଟି ଆଜି ଜଙ୍ଗଲକୁ ଫେରିଛି। ରାଜଧାନୀରେ ଏଭଳି ଦୃଶ୍ୟ କୋତୁହଳ ସୃଷ୍ଟି କରିଛି। ବନ ବିଭାଗର କହିବା ମୁତାବକ, ଭୁଲରେ ପଲରୁ ବାହାରିଯିବା ପରେ ବାଟମଣା ହୋଇ ହାତୀଟି ସହରକୁ ପଶି ଆସିଥାଇପାରେ।

ରାଜଧାନୀରେ ହାତୀ ପଶିବା ନୂଆ କଥା ନୁହେଁ। ୨୦୦୬ ମସିହାରେ ଶଙ୍କର ନାମକ ଦନ୍ତାହାତୀ ରାଜଧାନୀରୁ ଆରମ୍ଭ କରି ପିପିଲି, ବାଲୁଗାଁ ପର୍ଯ୍ୟନ୍ତ ଆତଙ୍କ ଖେଳାଇ ଥିଲା। ଆକ୍ରମଣ ଓ ପ୍ରତିଆକ୍ରମଣରେ ଆହତ ଶଙ୍କରକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିବା ପ୍ରାୟସ ତା ପାଇଁ ଘାତକ ସାଜିଥିଲା।

୨୦୦୮ରେ ଏକ ହାତୀପଲ କଳିଙ୍ଗଷ୍ଟୁଡ଼ି ଓ ପରିସରକୁ ପଶି ଆସିଥିଲା। ତେବେ ଫେରିଲା ବେଳେ ଏକ ଛୁଆ ହାତୀ ରହିଯାଇଥିଲା। ଯାହାକୁ ବନ ବିଭାଗ ଉଦ୍ଧାର କରି ତା ମାଆ ପାଖରେ ଛାଡିଥିଲା। ତେବେ କିଛିଦିନ ପରେ ଜଙ୍ଗଲରୁ ତାର ମୃତଦେହ ଉଦ୍ଧାର କରାଯାଇଥିଲା। ଅନ୍ୟପକ୍ଷରେ ଭରତପୁର ସଂରକ୍ଷିତ ଜଙ୍ଗଲ ନିକଟ ରେଣ୍ଟାଲ୍ କଲୋନୀ ଓ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ପାଖରେ ହାତୀ ବିଚରଣ କରିବାର ଦେକିବାକୁ ମିଳୁଛି।

ପୂର୍ବରୁ ଚନ୍ଦକା ଜଙ୍ଗଲରେ ଯେତିକି ହାତୀ ଥିଲେ, ଏବେ ସଂଖ୍ୟା କମିଛି। କିନ୍ତୁ ଦ୍ରୁତ ସହରୀକରଣ ଯୋଗୁଁ ହାତୀଙ୍କ ଅନୁପ୍ରବେଶ ବଢ଼ିଛି। ହାତୀ-ମଣିଷ ବିବାଦର ସମାଧାନ ପାଇଁ ବନ ବିଭାଗକୁ ଯୋଜନାବଦ୍ଧ ଭାବେ କାମ କରିବାକୁ ପଡ଼ିବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ମତ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos