ଯନ୍ତ୍ରଣାରେ ଛଟପଟ ହେଉଛି ହାତୀ

ଖୋର୍ଦ୍ଧା(ବଳରାମ ଲେଙ୍କା):  ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବାଁ ବିଲ ମୌଜାର ଏକ ବିଲରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ହାତୀଟିଏ। ଉଠିବାକୁ ବଳ ପ୍ରୟୋଗ କରୁଥିଲେ ବି ସଫଳ ହୋଇପାରୁନି। ଫଳରେ ନିରାଶ ହୋଇ କେବଳ ଗର୍ଜନ କରୁଛି । ଏହି ଅସୁସ୍ଥ ହାତୀଟିକୁ ଏକ ଦନ୍ତା ହାତୀ ଜଗି ରହିଛି।  ହାତୀର ଗର୍ଜନ ଶୁଣି ତାକୁ ଦେଖିବାକୁ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଥିଲା। ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। […]

ele00

ele00

Tapaswini Nayak
  • Published: Wednesday, 18 March 2020
  • Updated: 18 March 2020, 11:39 AM IST

Sports

Latest News

ଖୋର୍ଦ୍ଧା(ବଳରାମ ଲେଙ୍କା):  ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବାଁ ବିଲ ମୌଜାର ଏକ ବିଲରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ହାତୀଟିଏ। ଉଠିବାକୁ ବଳ ପ୍ରୟୋଗ କରୁଥିଲେ ବି ସଫଳ ହୋଇପାରୁନି। ଫଳରେ ନିରାଶ ହୋଇ କେବଳ ଗର୍ଜନ କରୁଛି ।

ଏହି ଅସୁସ୍ଥ ହାତୀଟିକୁ ଏକ ଦନ୍ତା ହାତୀ ଜଗି ରହିଛି।  ହାତୀର ଗର୍ଜନ ଶୁଣି ତାକୁ ଦେଖିବାକୁ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଥିଲା। ଏନେଇ ସେମାନେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ବନ ବିଭାଗ ପହଞ୍ଚି ପାରିନଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଏହି ବାଁ ବିଲ ମୌଜାରେ ଏକ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଷକ୍ରିୟା ଯୋଗୁ ତା’ର ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos