କୂଅ ଭିତରକୁ ଖସି ପଡ଼ିଲା ହାତୀ ଛୁଆ

ଅନୁଗୁଳ(ବିରଜା ଦାସ): ଅନୁଗୋଳ ବନଖଣ୍ଡ ଅନୁଗୋଳ ରେଞ୍ଜର ବାଲିଜେରେଙ୍ଗା ଗାଁରେ ଏକ ହାତୀ ଛୁଆ କୂଅ ଭିତରକୁ ଖସିପଡ଼ିଛି । ହାତୀଟି ବିଲ ଭିତରେ ଥିବା ଏକ କୂଅରେ ଖସିପଡ଼ିଥିବା ବେଳେ ବନବିଭାଗ କର୍ମଚାରୀ ଉଦ୍ଧାର  କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

ଆଜି ସକାଳୁ ସ୍ଥାନୀୟ ଲୋକେ କୂଅ ଭିତରେ ହାତୀ ଖସିପଡ଼ିଥିବା ଦେଖିବାକୁ ପାଇଥିଲେ। ହାତୀପଲ ସ୍ଥାନୀୟ ଅଞ୍ଚଳକୁ ଆସିଥିବାବେଳେ କୌଣସି କାରଣ ବଶତଃ ଛୁଆହାତୀ ଚାଷଜମିରେ ଜଳସେଚିତ ପାଇଁ ଥିବା କୂଅରେ ଖସିପଡ଼ିଥିଲା । ବନ ବିଭାଗର ଅଧିକାରୀ ଓ କର୍ମଚାରୀ ପହଞ୍ଚି ଜେସିବି ମେସିନ୍ ସାହାଯ୍ୟରେ କୂଅ ଚାରି ପାଖକୁ ଖୋଳି ଦୀର୍ଘ ସମୟର ପ୍ରଚେଷ୍ଟା ପରେ ହାତୀକୁ ବାହାର କରିଛନ୍ତି ।  କୂଅରେ ପଡ଼ିବା କାରଣରୁ ହାତୀ ଶରୀରରେ ଆଘାତ ଲାଗିଥିବା ଅନୁମାନ କରାଯାଉଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।