ଶୋଇଥିଲେ ଶ୍ରମିକ, ଦଳିଦେଲା ହାତୀ

ସମ୍ବଲପୁର (ସଞ୍ଜୟ ଜେନା): ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଦୁଃଖଦ ଘଟଣା ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବଲାରଙ୍ଗା  କୁଡେରନିଶା ଗାଁରେ ଘଟିଛି। ମୃତକଦ୍ୱୟ ହେଲେ ଜୟଲାଲ ମିର୍ଦ୍ଧା  ଓ  ତେଲେଙ୍ଗା ଓରାମ।

ଉଭୟ ଶ୍ରମିକ ସେଠାରେ ବାଉଂଶ କଟାଳୀ ଶ୍ରମିକ ଭାବେ କାମ କରୁଥିଲେ।  ବିଶ୍ରାମ ନେଇଥିବା ବେଳେ ହାତୀ ସେମାନଙ୍କୁ ଦଳି ଦେଇଥିଲା। ସେମାନଙ୍କ ଘର ବରଗଡ଼ ଜିଲ୍ଲାର ଅତ।ବିରା ଯୁନାନୀ ଟାଙ୍ଗରପାଲିରେ ବୋଲି ଜଣାପଡ଼ିଛି । ସଦର ହସପିଟାଲରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

ଖବର ପାଇ ଧମା ଥାନା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ପଚରାଉଚରା କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହାତୀଟି ସ୍ଥାନୀୟ ଅଞ୍ଚଳରେ ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛି ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।