ହାତୀ-ମଣିଷ ଲଢ଼େଇ, ଯାଇଛି ୮୨ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ନଷ୍ଟ ଯୋଗୁଁ ଜଙ୍ଗଲୀ ହାତୀ ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି। ଯାହାଫଳରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀ ଟଳି ପଡ଼ୁଛି। ୨୦୧୭-୧୮ ଫେବୃୟାରୀ ସୁଦ୍ଧା ରାଜ୍ୟରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ୫୩ ଜଣ। ଏଥିସହ ରାଜ୍ୟରେ ୧,୧୧୯ଟି ଘର ଭାଙ୍ଗିଛି। ୨୩ଟି ଗୃହପାଳିତ […]

elephant-attack

elephant-attack

Rakesh Mallick
  • Published: Wednesday, 28 March 2018
  • Updated: 28 March 2018, 04:18 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜଙ୍ଗଲ ନଷ୍ଟ ଯୋଗୁଁ ଜଙ୍ଗଲୀ ହାତୀ ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି। ଯାହାଫଳରେ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। କେତେବେଳେ ହାତୀ ଆକ୍ରମଣରେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀ ଟଳି ପଡ଼ୁଛି। ୨୦୧୭-୧୮ ଫେବୃୟାରୀ ସୁଦ୍ଧା ରାଜ୍ୟରେ ହାତୀ ଆକ୍ରମଣରେ ୮୨ ଜଣଙ୍କ ଜୀବନ ଯାଇଛି। ହାତୀ ଆକ୍ରମଣର ଶିକାର ହୋଇ ଆହତ ହୋଇଛନ୍ତି ୫୩ ଜଣ। ଏଥିସହ ରାଜ୍ୟରେ ୧,୧୧୯ଟି ଘର ଭାଙ୍ଗିଛି। ୨୩ଟି ଗୃହପାଳିତ ପଶୁଙ୍କ ମୃତ୍ୟୁ ଘଟିଛି। ପ୍ରାୟ ୫ ହଜାର ୪୦୨ ଏକର ଫସଲ ନଷ୍ଟ ହୋଇଛି। ବିଧାନସଭା ବଜେଟ୍ ଅଧିବେଶନ ପ୍ରଶ୍ନକାଳରେ ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହି ଉତ୍ତର ରଖିଛନ୍ତି।

ହାତୀ ଆକ୍ରମଣରେ ଗତ ୨୦୧୫-୧୬ରେ ୮୯ ଓ ୨୦୧୬-୧୭ରେ ୬୬ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଗତ ୪ ବର୍ଷ ମଧ୍ୟରେ ୧୧ଟି ହାତୀ ଶିକାର ହୋଇଥିବା ରିପୋର୍ଟରେ ରହିଛି। ଯାହା ମଧ୍ୟରେ ଚଳିତ ବର୍ଷ ଶିକାର ହୋଇଛନ୍ତି ୨ଟି ହାତୀ। ସେହିପରି ୨୦୧୪-୧୫ ଠାରୁ ଗତ ଫେବୃୟାରୀ ମାସ ମଧ୍ୟରେ ଗୋଟିଏ ବାଘ, ୧୦ଟି ଚିତା ବାଘ ଓ ୧୧୯ଟି ହରିଣ ଶିକାର ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos