କାଳିଆଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲା ହାତୀ

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ରେଂଜ ହରିଡ଼ାପଶି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗାଁର କାଳିଆ ବେହେରା। ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା। ଆଜି ସକାଳେ କାଳିଆ ବାହାରକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ କାଳିଆଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା। ଏହି  ଘଟଣାକୁ ନେଇ ଗାଁରେ କିଛି ସମୟ ଧରି […]

athmmmmmmmmm

athmmmmmmmmm

Tapaswini Nayak
  • Published: Saturday, 15 June 2019
  • Updated: 15 June 2019, 09:13 AM IST

Sports

Latest News

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ତିଗିରିଆ ରେଂଜ ହରିଡ଼ାପଶି ଗାଁରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଗାଁର କାଳିଆ ବେହେରା। ତାଙ୍କୁ ମାତ୍ର ୪୦ ବର୍ଷ ହୋଇଥିଲା।

ଆଜି ସକାଳେ କାଳିଆ ବାହାରକୁ ଶୌଚ ପାଇଁ ଯାଇଥିଲେ। ଏହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଦଳି ଦେଇଥିଲା। ଫଳରେ କାଳିଆଙ୍କ ମୁଣ୍ଡଗଣ୍ଡି ଅଲଗା ହୋଇଯାଇଥିଲା।

ଏହି  ଘଟଣାକୁ ନେଇ ଗାଁରେ କିଛି ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ବନ ବିଭାଗର କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକେ ବନ ବିଭାଗର କର୍ମଚାରୀଙ୍କ ପୋଷାକ ଚିରି ଦେଇଥିଲେ ।

ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ, ବନ ବିଭାଗ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେଉ ନଥିବା ଲୋକେ ଅଭିଯୋଗ କରିଛନ୍ତି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos