ଏଇଟା ଟିକେ ନିଆରା!: ମୁଖ୍ୟମନ୍ତ୍ରୀ ସହ ସେଲ୍‌ଫି ନେଲେ ଏଲିନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏବେ ସାଧାରଣ ଲୋକେ ଆରମରେ ସେଲ୍‌ଫି ନେଉଛନ୍ତି। ସେ ବି ସେଲ୍‌ଫି ପାଇଁ କାହାକୁ ମନା କରୁ ନାହାନ୍ତି। ତେଣୁ ଏଭଳି ମଉକାକୁ ହାତଛଡ଼ା କରି ନାହାନ୍ତି ଓଡ଼ିଆ ଅଭିନେତ୍ରୀ ଏଲିନା ସାମନ୍ତରାୟ।

ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ପଥୋତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ। ସେ ଷ୍ଟେଜ୍‌ରେ ବସିଥିବା ବେଳେ ଏଲିନା ତାଙ୍କ ସହିତ ସେଲ୍‌ଫି ନେଇଥିଲେ। ସେତେବେଳେ ଷ୍ଟେଜ୍‌ରେ ଅଭିନେତା ତଥା ରାଜ୍ୟସଭା ସାଂସଦ ଅନୁଭବ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ନିକଟରେ ଅନୁଭବ ଓ ଏଲିନାଙ୍କ ଅଭିନୀତ ଫିଲ୍ମ ’ଅଭୟ’ ରିଲିଜ୍ ହୋଇଛି।