ଟେଷ୍ଟିଂ, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେସନ୍ ଉପରେ ଗୁରୁତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ବଢୁଛି କୋଭିଡ୍‌ ସଂକ୍ରମଣ। କୋଭିଡ୍ ସ୍ଥିତି ନେଇ ବିଏମ୍ସି କମିଶନର ପ୍ରେମ ଚାନ୍ଦ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଭୁବନେଶ୍ୱରରେ ଟେଷ୍ଟିଂ ବଢାଯିବ। କଣ୍ଟାକ୍ଟ ଟ୍ରେସିଂ, ଆଇସୋଲେସନ୍ ଉପରେ ଗୁରୁତ୍ୱ ଦିଆଯାଇଛି।

ଏୟାରପୋର୍ଟ ଓ ଷ୍ଟେସନରେ ଯାଂଚ କଡ଼ାକଡ଼ି କରାଯିବ। ସେହହିପରି  RT-PCR ଟେଷ୍ଟ ସଂଖ୍ୟା ବଢାଯିବ ବୋଲି କମିଶନର ସୂଚନା ଦେଇଛନ୍ତି। ସେପଟେ ଭୁବନେଶ୍ୱରର ଘରୋଇ ଶିକ୍ଷାନୁଷ୍ଠାନ XIMBକୁ  ସିଲ୍ କରିଛି  BMC।  ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଣ୍ଟକୁ ବିଏମ୍ସି ସିଲ୍ କରିଛି।

କ୍ୟାଂପସର ୪୫ ଜଣ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତେଣୁ ବିଏମ୍ସି ପକ୍ଷରୁ ଏହି ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଛି । XIMB କୁ କେହି ପ୍ରବେଶ କରିପାରିବେ ନାହିଁ କି କେହି ବାହାରକୁ ଆସିପାରିବେ ନାହିଁ । ବିଏମ୍ସି ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ, ଔଷଧ ଯୋଗାଇଦେବାକୁ ପଦକ୍ଷେପ ନିଆଯାଇଛି।  କେବଳ ବିଏମ୍ସି କର୍ମଚାରୀ ହିଁ XIMB ରେ ପ୍ରବେଶ କରିପାରିବେ।  ଶିକ୍ଷାନୁଷ୍ଠାନର ସବୁ ଛାତ୍ର ଓ ଶିକ୍ଷକଙ୍କ ଆଜି କୋଭିଡ୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।  ଏଥିସହ ଆକ୍ରାନ୍ତଙ୍କୁ ଆଇସୋଲେସନ ରହିବାକୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।