ଉପନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ମିଳିବ ୩୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଲେ ତାଙ୍କର ପରିବାରକୁ ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି। କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଥିବାବେଳେ ଏଥିପାଇଁ ନିୟୋଜିତ ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀର ଯବାନମାନେ ପ୍ରାଣ ହରାଇଲେ ୩୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସେମାନଙ୍କର ପରିବାରକୁ […]

evm-1

Manoranjan Sial
  • Published: Friday, 23 October 2020
  • , Updated: 23 October 2020, 07:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉପନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଲେ ତାଙ୍କର ପରିବାରକୁ ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ। ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି।

କୋଭିଡ-୧୯ ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ରାଜ୍ୟର ୨ଟି ବିଧାନସଭା ଆସନରେ ଉପନିର୍ବାଚନ ହେଉଥିବାବେଳେ ଏଥିପାଇଁ ନିୟୋଜିତ ପୁଲିଂ କର୍ମଚାରୀ ଓ କେନ୍ଦ୍ରୀୟ ସଶସ୍ତ୍ର ସୁରକ୍ଷା ବାହିନୀର ଯବାନମାନେ ପ୍ରାଣ ହରାଇଲେ ୩୦ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସେମାନଙ୍କର ପରିବାରକୁ ପ୍ରଦାନ କରାଯିବ। ଏହାସହିତ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ଓ ଇସିଆଇଏଲର ଇଞ୍ଜିନିୟରମାନେ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଲେ ସେମାନଙ୍କ ପରିବାରକୁ ବି ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଯୋଗାଇ ଦିଆଯିବ।

ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥାଇ ଯଦି ହିଂସାତ୍ମକ ଗଣ୍ଡଗୋଳ, ଉଗ୍ରପନ୍ଥୀ ଆକ୍ରମଣ, ବୋମା ବିସ୍ଫୋରଣ ଓ ରୋଡମାଇନ୍ସ ଦ୍ୱାରା ପ୍ରାଣ ହରାଇଲେ ସେମାନଙ୍କ ପରିବାରକୁ ବି ୩୦ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦିଆଯିବ ବୋଲି ନିର୍ବାଚନ ଆୟୋଗ ଏକ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି।

Related story