ଭାଇଚାରା ସହରରେ ପୁଣି ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ(ଓଡ଼ିଶା ରିପୋର୍ଟର): ଭାଇଚାରା କଟକ ସହରରେ ପୁଣି ହୋଇଛି ଏନ୍‌କାଉଣ୍ଟର। ଏଥର ଟାର୍ଗେଟରେ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ ଟୁଟୁନି। ପୋଲିସ ଗୁଳିରେ ସେ ଆହତ ହୋଇ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆତଙ୍କବାଦୀ ଲିଙ୍କରେ ଗିରଫ ଅବଦୁର ରହେମନ ଭାଇ ଗୁଳିମାଡ଼ ଘଟଣାରେ ଟୁଟୁନି ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି। ଚୌଦ୍ୱାର ଅଞ୍ଚଳରେ ଟୁଟୁନି ଥିବା ଜାଣିପାରି କମିଶନରେଟ୍ ପୋଲିସ ଆଜି ସନ୍ଧ୍ୟା ବେଳେ ଗିରଫ କରିବାକୁ ଯାଇଥିଲା। ପୋଲିସକୁ ଦେଇ […]

encounter in cuttack.

encounter in cuttack.

Rakesh Mallick
  • Published: Friday, 06 April 2018
  • Updated: 06 April 2018, 09:21 PM IST

କଟକ(ଓଡ଼ିଶା ରିପୋର୍ଟର): ଭାଇଚାରା କଟକ ସହରରେ ପୁଣି ହୋଇଛି ଏନ୍‌କାଉଣ୍ଟର। ଏଥର ଟାର୍ଗେଟରେ ଥିଲେ ଦୁର୍ଦ୍ଦାନ୍ତ ଅପରାଧୀ ଅଶୋକ ବେହେରା ଓରଫ ଟୁଟୁନି। ପୋଲିସ ଗୁଳିରେ ସେ ଆହତ ହୋଇ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଆତଙ୍କବାଦୀ ଲିଙ୍କରେ ଗିରଫ ଅବଦୁର ରହେମନ ଭାଇ ଗୁଳିମାଡ଼ ଘଟଣାରେ ଟୁଟୁନି ସଂପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି।

ଚୌଦ୍ୱାର ଅଞ୍ଚଳରେ ଟୁଟୁନି ଥିବା ଜାଣିପାରି କମିଶନରେଟ୍ ପୋଲିସ ଆଜି ସନ୍ଧ୍ୟା ବେଳେ ଗିରଫ କରିବାକୁ ଯାଇଥିଲା। ପୋଲିସକୁ ଦେଇ ସେ ପ୍ରଥମେ ଗୁଳି ଚଳାଇଥିଲା। ଏହାର ଜବାବରେ ପୋଲିସ ପାଲଟା ଗୁଳି ଚଳାଇଥିଲା। ଫଳରେ ଟୁକୁନି ଗୋଡ଼ରେ ବାଜିଥିଲା ଗୁଳି। ତାଙ୍କୁ ଗୁରୁତର ଅବସ୍ଥାରେ ଏସ୍‌ସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପୋଲିସ ତା’ଠାରୁ ବନ୍ଧୁକ ଓ ଗୁଳି ମଧ୍ୟ ଜବତ କରିଛି।

ସୂଚନାରୁ ପ୍ରକାଶ, କିଛି ଦିନ ତଳେ ଆତଙ୍କବାଦୀଙ୍କ ସହିତ ଲିଙ୍କରେ ଗିରଫ ହୋଇଥିବା ଅବଦୁର ରହେମନ୍‌ ଭାଇ ଉପରେ ଜଗତପୁର ଅଞ୍ଚଳରେ ଗୁଳିମାଡ଼ ହୋଇଥିଲା। ଏ ଘଟଣାରେ ଆଜି ସକାଳେ ପୋଲିସ ୮ ଜଣଙ୍କୁ ଗିରଫ କରିଥିଲା। ଏଥିରେ ଟୁଟୁନି ଅନ୍ୟତମ ଅଭିଯୁକ୍ତ ଥିବା ପୋଲିସ ସନ୍ଦେହ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos