ଡି-ଲିଙ୍କ୍ ନେଇ ବିଜେଡି ବିଧାୟକଙ୍କୁ ସମନ ଜାରି କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି। ଆସନ୍ତା ୭ତାରିଖ ଦିନ ସମସ୍ତ କାଗଜ ପତ୍ର ସହ ହାଜର ହେବାକୁ  ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।୨୦୦୫ରୁ ୨୦୧୦ ଯାଏଁ ସବୁ ଅଡିଟ୍ ରିପୋର୍ଟ ଧରି ଆସିବାକୁ ଇଡି ପକ୍ଷରୁ ସମନ ଜାରି ହୋଇଛି। ପ୍ରଣବଙ୍କ ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଡି-ଲିଙ୍କ୍ ଥିବା ନେଇ ତନାଘନା ଚାଲିଛି। ୨୦୧୬ ମସିହା ଜାନୁୟାରୀ ୨୮ ତାରିଖ […]

bjd

bjd

Rakesh Mallick
  • Published: Friday, 04 May 2018
  • Updated: 04 May 2018, 02:01 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧଳ ସାମନ୍ତ ବ୍ରଦର୍ସ ଲିଙ୍କ୍ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି। ଆସନ୍ତା ୭ତାରିଖ ଦିନ ସମସ୍ତ କାଗଜ ପତ୍ର ସହ ହାଜର ହେବାକୁ  ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।୨୦୦୫ରୁ ୨୦୧୦ ଯାଏଁ ସବୁ ଅଡିଟ୍ ରିପୋର୍ଟ ଧରି ଆସିବାକୁ ଇଡି ପକ୍ଷରୁ ସମନ ଜାରି ହୋଇଛି। ପ୍ରଣବଙ୍କ ଟ୍ରାନ୍ସପୋର୍ଟ ଏଜେନ୍ସି ସହ ଡି-ଲିଙ୍କ୍ ଥିବା ନେଇ ତନାଘନା ଚାଲିଛି।

୨୦୧୬ ମସିହା ଜାନୁୟାରୀ ୨୮ ତାରିଖ ରାତିରେ ସୁଶାନ୍ତ ଧଳସାମନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ଭୁବନେଶ୍ୱରର ପୋଖରୀପୁଟ ସ୍ଥିତ ଏକ ଭଡ଼ା ଘରୁ ଗିରଫ କରାଯାଇଥିଲା। ସୁଶାନ୍ତ ନାଁରେ ୩ଟି ହତ୍ୟା ଘଟଣାରେ ୱାରେଣ୍ଟ୍ ରହିଥିଲା। ସେମାନଙ୍କ ନିକଟରୁ ୨.୬୫ କୋଟିରୁ ଅଧିକ ଟଙ୍କା ସହିତ ୧୦ଟି ବିଭିନ୍ନ ଧରଣର ବନ୍ଧୁକ ଜବତ କରାଯାଇଥିଲା। ସେହିପରି ଦେଢ଼ ଶହରୁ ଅଧିକ ଗୁଳି ମଧ୍ୟ ସେମାନଙ୍କ ଘରୁ ଜବତ କରାଯାଇଥିଲା। ଏହା ସହିତ ୩ଟି ମର୍ସିଡିଜ୍ ଓ ୨ଟି ଅଡି କାର ସହିତ ଏକାଧିକ ମୋବାଇଲ, ଲାପଟପ୍ ଓ ଡାଏରୀ ଜବତ କରାଯାଇଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos