ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ନୂଆ କଟକଣା, ଏଥର ନିୟମ ଭାଙ୍ଗିଲେ ବାତିଲ୍ ହେବ DL

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ନୂଆ କଟକଣା ଜାରି କରିଛନ୍ତି ପରିବହନ କମିଶନର। ପୂର୍ବରୁ ଜରିମାନା ଆଦାୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏବେ ନିୟମରେ ଖିଲାପ କଲେ  ୩ ମାସ ପାଇଁ ବାତିଲ୍ ହୋଇପାରେ DL। ତେଣୁ ଗାଡ଼ି ଚଳାଇବା ବେଳେ ଟ୍ରାଫିକ ନିୟମ ତଥା ସଡ଼କ ସୁରକ୍ଷା ନିୟମରେ ଟିକେ ବି ଖିଲାପକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ପରିବହନ କମିଶନର ।

ସୁପ୍ରିମକୋର୍ଟଙ୍କ ସଡ଼କ ନିରାପତ୍ତା ଗାଇଡଲାଇନ ଅନୁସାରେ  ଜାରି ହୋଇଛି ଏହି କଟକଣା। ମଦ ବା ଅନ୍ୟାନ୍ୟ ନିଶା ଖାଇ ଗାଡ଼ି ଚଳାଇବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଳାଇଲେ DL ବାତିଲ୍ କରାଯିବ। ରେଡ୍ ଲାଇଟ୍ କଟକଣା ନ ମାନି ଆଗକୁ ବଢ଼ିଲେ  ବାତିଲ ହେବ DL । ଓଭରଲୋଡିଂ କିମ୍ବା ମାଲ ଗାଡ଼ିରେ ଯାତ୍ରୀ ନେଲେ ମଧ୍ୟ DL ବାତିଲ୍ କରାଯିବ । ସେହିପରି ମୋବାଇଲ୍‌ରେ ଗପି ଗାଡ଼ି ଚଳାଇଲେ ମଧ୍ୟ  ସମଦଶା ଭୋଗିବାକୁ ପଡ଼ିବ।

ଆହୁରି ପଢ଼ନ୍ତୁ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର ପୁରସ୍କାର’

ବିଧାନସଭା ପୂର୍ବରୁ କରୋନା ଟେଷ୍ଟ, ୧୩୬ ପଜିଟିଭ

ରାଜ୍ୟ ସରକାରଙ୍କ କୋଭିଡ୍‌ ଗୁମର ଖୋଲିଲେ ବିଜେଡି ବିଧାୟକ

ଆଉ ୧୪ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ନୂଆ ୩,୯୨୨

ଏହି ସହରରେ ଆଜିଠୁ ୭ ଦିନ ଶଟଡାଉନ

ଆଜି ଜେଇଇ ଆଡଭାନ୍ସଡ୍ ପରୀକ୍ଷା

ଯୁବ ଓ ଛାତ୍ର କମିଟିକୁ ନେଇ ବିଦ୍ରୋହ: ନବୀନଙ୍କ ଆଡ଼କୁ ଉଠିଲା ଅଙ୍ଗୁଳି

ଜାତିସଂଘରେ ମୋଦିଙ୍କ ପ୍ରତିଜ୍ଞା: ଭାରତ ସାରା ବିଶ୍ୱକୁ ଟିକା ଯୋଗାଇ ଦେବ

ନଡ୍ଡାଙ୍କ ଟିମ୍‌ରେ ଉପାଧ୍ୟକ୍ଷ ପଦ ବଜାୟ ରଖିଲେ ବୈଜୟନ୍ତ

ରାଜ୍ୟରେ ଚିହ୍ନଟ ହେଲେ ୪୩୫୬ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ୯୦୦ ପାର୍‌

ଜାତିସଂଘରେ ଇମ୍ରାନଙ୍କ ମନ୍ତବ୍ୟ ପରେ ଭାରତ କହିଲା ‘ନିର୍ଲଜ ଦେଶ’

ପୁରୀ: କ୍ଷତିଗ୍ରସ୍ତ କହିଲେ ଆମକୁ ବିବାଦୀୟ ଜମି ଦେଇଛନ୍ତି ସରକାର