ଅସୁସ୍ଥ ହେମାନନ୍ଦଙ୍କୁ ବୁର୍ଲାରୁ ଭୁବନେଶ୍ୱର ସ୍ଥାନାନ୍ତର

ସମ୍ବଲପୁର: ଅସୁସ୍ଥ ହୋଇପଡ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବଶ୍ୱାଳଙ୍କୁ ଆଜି ବୁର୍ଲାରୁ  ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଗୁରୁବାର ତାଙ୍କୁ ବୁର୍ଲା ମେଡିକାଲର କାର୍ଡିଓଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା।

ଝାରସୁଗୁଡ଼ା କିରିମିରା ବ୍ଲକ୍ ଅନ୍ତର୍ଗତ ଠାକୁରପଡ଼ାରେ ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ  ସେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ପ୍ରଥମେ ଝାରସୁଗୁଡା ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା।