ଟ୍ରେନ୍‌ରେ କଟି ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ

ବରଗଡ଼: ଦାଦନ ଖଟିବାକୁ ଯାଇ ଟ୍ରେନରେ କଟି ଜଣେ ପୂର୍ବତନ ସମିତି ସଭ୍ୟଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ଗୌରନମୁଣ୍ଡା ଗାଁର ଛବିଲାଲ ଡୁଡ଼କା। ଗତ ଛଅ ମାସ ତଳେ ଛବିଲାଲ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିଲେ। ସେଠାରେ ସେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଘରକୁ ଫେରୁଥିବା ବେଳେ ଆନ୍ଧ୍ରପ୍ରଦେଶର ନେଲୋର ଷ୍ଟେସନରେ ଟ୍ରେନରେ କଟି ତାଙ୍କର ମୃତ୍ୟୁ ହୋଇଛି। ମୃତଦେହ ଘରକୁ ଆଣିବା ପାଇଁ ତାଙ୍କ ପରିବାର ଲୋକେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।