ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ସୋସିଆଲ୍ ମିଡିଆରେ ଫେସବୁକରେ ଆକାଉଣ୍ଟ ଖୋଲିଛନ୍ତି। ଆକାଉଣ୍ଟ ଖୋଲି ସେ ପ୍ରଥମେ ‘ଜୟ ଜଗନ୍ନାଥ’ ଲେଖି ପୋଷ୍ଟ କରିଛନ୍ତି। ଫେସବୁକ୍ରେ ତାଙ୍କ ଅଫିସିଆଲ୍ ପେଜ୍ ହେଉଛି ‘ନବୀନ ଡଟ୍ ଓଡ଼ିଶା’। ଟୁଇଟର ପରେ ସୋସିଆଲ ମିଡିଆରେ ଏହା ହେଉଛି ନବୀନଙ୍କ ଦ୍ୱିତୀୟ ଆକାଉଣ୍ଟ। ଗୋଟିଏ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଫେସବୁକ୍ ଆକାଉଣ୍ଟକୁ ପାଞ୍ଚ ହଜାର ଲୋକ ଫଲୋ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।