ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର, ୩ଟି ଗାଈ ଜୀବନ୍ତ ଦଗ୍ଧ

ପୁରୀ:ପୁରୀ ଜିଲ୍ଲା ବ୍ରହ୍ମପୁର ଡାହାଣୀ ଗଡ଼ିଆରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୬ ବଖରା ପୋଡି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୩ଟି ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ଉଦ୍ୟମ ଯୋଗୁଁ କିଛି ସମୟ ପରେ ନିଆଁକୁ ଆୟତ କରାଯାଇପାରିଥିଲା। ଦମକଳ ବାହିନୀ ଦୁର୍ଘଟଣାସ୍ଥଳରେ ଡେରିରେ ପହଞ୍ଚିବାରୁ ଗାଁରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା।