ସାପ କାମୁଡ଼ା ରୋଗୀଙ୍କୁ ମେଡିକାଲରେ ଝଡ଼ାଫୁଙ୍କା

ଜଳେଶ୍ୱର (ଅଜିତ କୁମାର ଦାସ): ସାପ କାମୁଡ଼ି ଦେଇଥିବା ବ୍ୟକ୍ତିଙ୍କୁ ଭଲ କରିବା ପାଇଁ ଡାକ୍ତରଖାନା ପରିସରରେ କରାଗଲା ଝଡ଼ାଫୁଙ୍କା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ବାଲିଆପାଳ ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ରରେ।

ସୂଚନା ଅନୁସାରେ, ୫ ରୁ ୬ ଦିନ ପୂର୍ବେ ଲହାଚଡ଼ ଗାଁର ଜଣଙ୍କୁ ସାପ କାମୁଡିଥିଲା। ଚିକିତ୍ସା ପାଇଁ ତାଙ୍କୁ ବାଲିପାଳଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। କିନ୍ତୁ ସେଠାରେ ଥିବା ଜଣେ ମେଡିକାଲ କର୍ମଚାରୀ ତାଙ୍କୁ ଝଡାଫୁଙ୍କା କରିବା ସହ ଅରଖକ୍ଷୀର ଲଗାଇଥିଲେ। ଏହାର ଭିଜୁଆଲ ଏବେ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଏନେଇ ବାଲିଆପାଳ ଗୋଷ୍ଠୀ ସ୍ଵ।ସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଜଳେଶ୍ୱର: ବିଷାକ୍ତ ସାପ କାମୁଡ଼ି ଥିବା ରୋଗୀର ଜୀବନ ବଞ୍ଚାଇବା ପାଇଁ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପଦ୍ଧତି…

Odisha Reporter यांनी वर पोस्ट केले बुधवार, २३ सप्टेंबर, २०२०