ଆମ ଗାଁର ଷଣ୍ଢ ଦେହ ଭଲ ନାହିଁ, ଦୟାକରି ଆମ୍ବୁଲାନ୍ସ ପଠାଇବେ କି?

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ହ୍ୟାଲୋ। ଆଜ୍ଞା କିଏ କହୁଛନ୍ତି।  କ’ଣ ହେଇଛି। ଉତ୍ତର ଆସେ ଆମ ଗାଁର ଷଣ୍ଢ ଦେହ ଭଲ ନାହିଁ । ଦୟାକରି ଆମ୍ବୁଲାନ୍ସ ପଠାଇବେକି। ଆଉ କିଏ କହେ ଆମ ସାହିର ମଇଁଷି ଆହତ ହୋଇଛି। ଟିକେ ଆମ୍ବୁଲାନ୍ସ ପଠାଇବେକି। ପୁଣି କେତେବେଳେ କୀମ୍ଭୁତକିମ୍ଭାକାର ଯୁକ୍ତି ମଧ୍ୟ ଶୁଣିବାକୁ ମିଳେ।  ସ୍ୱାସ୍ଥ୍ୟ ପାଇଁ ସବୁଠୁ ଜରୁରୀକାଳିନ ସେବା ୧୦୮ ଆମ୍ବଲାନ୍ସ ସେବା କେନ୍ଦ୍ରକୁ ଏମିତି ଦୈନିକ ଶହ ଶହ ଫେକ୍‌ କଲ ଆସୁଛି। ବିଶେଷ […]

ambulance-108-56d960762410d_l_835x547

ambulance-108-56d960762410d_l_835x547

Rakesh Mallick
  • Published: Wednesday, 04 April 2018
  • Updated: 04 April 2018, 10:13 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ହ୍ୟାଲୋ। ଆଜ୍ଞା କିଏ କହୁଛନ୍ତି।  କ’ଣ ହେଇଛି। ଉତ୍ତର ଆସେ ଆମ ଗାଁର ଷଣ୍ଢ ଦେହ ଭଲ ନାହିଁ । ଦୟାକରି ଆମ୍ବୁଲାନ୍ସ ପଠାଇବେକି। ଆଉ କିଏ କହେ ଆମ ସାହିର ମଇଁଷି ଆହତ ହୋଇଛି। ଟିକେ ଆମ୍ବୁଲାନ୍ସ ପଠାଇବେକି। ପୁଣି କେତେବେଳେ କୀମ୍ଭୁତକିମ୍ଭାକାର ଯୁକ୍ତି ମଧ୍ୟ ଶୁଣିବାକୁ ମିଳେ।  ସ୍ୱାସ୍ଥ୍ୟ ପାଇଁ ସବୁଠୁ ଜରୁରୀକାଳିନ ସେବା ୧୦୮ ଆମ୍ବଲାନ୍ସ ସେବା କେନ୍ଦ୍ରକୁ ଏମିତି ଦୈନିକ ଶହ ଶହ ଫେକ୍‌ କଲ ଆସୁଛି। ବିଶେଷ କରି ଗର୍ଭବତୀଙ୍କ ପାଇଁ ଉର୍ଦ୍ଦିଷ୍ଟ ଥିବା ୧୦୨ ଆମ୍ବୁଲାନ୍ସ ମଧ୍ୟ ବାଦ ପଡ଼ୁନି।  ରୋଗୀ ସେବା ପାଇଁ ଦିନ ରାତି ୨୪ ଘଣ୍ଟା ତତ୍ପର ଥିବା ଏହି ଆମ୍ବୁଲାନ୍ସ ସେବାକୁ  ଏମିତି ମିଛ ଫୋନ୍ କଲ ଆସିବା ଏକ ନିତି ଦିନିଆ ଘଟଣା ହୋଇଗଲାଣି। କାହା ପାଇଁ ଏହି ୧୦୮ ଆମ୍ବୁଲାନ୍ସ ଜୀବନ ରକ୍ଷାର ଦେବଦୂତ ପାଲଟିଥିବା ବେଳେ କାହା ପାଇଁ ଥଟ୍ଟା ମଜାର ଏକ ମାଧ୍ୟମ ପାଲଟିଯାଇଛି।

ମୁଖ୍ୟତ‍ଃ  ସେବା ଭିତରେ ୧୦୮ ଆମ୍ବୁଲାନ୍ସ ଏକ ସମ୍ବେଦନଶୀଳ ବର୍ଗର ହୋଇଥିବା ବେଳେ ଏବେ ଏହା ଯେମିତି  କିଛି ଉତ୍ସୃଙ୍ଖଳ ବ୍ୟକ୍ତିଙ୍କ ପାଇଁ ମଉଜ ପାଲଟିଯାଇଛି।  ରାଜ୍ୟରେ ରୋଗୀମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାବା ପାଇଁ  ଚିକିତ୍ସା ହେଲଥ କେୟାର ପ୍ରାଇଭେଟ ଲିମିଟେଡ୍‌ ପକ୍ଷରୁ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଉଛି।  କିନ୍ତୁ କେତେକ ଲୋକେ ହୀନ ଉଦ୍ଦେଶ୍ୟ ରଖି  ହେଲପଲାଇନକୁ ଅପବ୍ୟବହାର କରି ଆମ୍ବୁଲାନ୍ସ ସେବା କର୍ମଚାରୀଙ୍କୁ ହଇରାଣ କରୁଛନ୍ତି। ବିଶେଷ କରି ସକାଳ ସମୟରେ ଏହି କଲ ବେଶୀ ଆସୁଛି। କାରଣ ଏହି ସମୟରେ ମହିଳାମାନଙ୍କ ଡ୍ୟୁଟି ରହୁଥିବାରୁ ସେମାନଙ୍କ ସହ ଗପିବା ଉଦ୍ଦେଶ୍ୟରେ ଏଭଳି ଯାବତୀୟ କଲ୍‌ ଆସୁଛି।  ଯାହା ଫଳରେ କିଛି ଅସାମାଜିକ ତତ୍ୱଙ୍କ ପାଇଁ ସାଧାରଣ ରୋଗୀ ହଇରାଣ ହେଉଛନ୍ତି।  ସ୍ଥଳବିଶେଷରେ ଆମ୍ବୁଲାନ୍ସ ଯାଇ ଫେରି ଆସୁଛି। କାରଣ  ଘଟଣାସ୍ଥଳରେ ପହଞ୍ଚିବା ବେଳେ କଲ କରିଥିବା ବ୍ୟକ୍ତିର ଫୋନ୍‌ ସୁଇଚ୍ ଅଫ ରହୁଛି । ଏଭଳି ବାରମ୍ବାର ମିଛ କଲ ଆସୁଥିବାରୁ ଆମ୍ବୁଲାନ୍ସ ପରିଚାଳାନା ବିଭାଗ ପକ୍ଷରୁ  ଥାନାରେ ଏତଲା ଦିଆଯାଇଛି।

ଅଭିଯାଗ ଅନୁଯାୟୀ, ୨୦୧୫ ଏପ୍ରିଲ ୧ରୁ  ନଭେମ୍ବର ୩୦ ମଧ୍ୟରେ  ୭୫୫୦ଟି ଫେକ୍‌  କଲ ଆସିଛି।  ସେଥିରେ ୭୮୭୩୭୦୬୯୬୭ ନମ୍ବରରୁ  ୨୪୫୦ଟି କଲ ରହିଛି। ସେହିପରି ୭୫୩୭୮୨୭୫୮୭ ନମ୍ବରରୁ ୨୧୦୦ କଲ୍, ୮୯୮୪୭୦୧୦୭୩ରୁ ୧୯୦୦ ଫେକ୍ କଲ ଆସିଛି। ଏମିତି ବାରମ୍ବାର  କଲ କରି ଫୋନ୍‌କୁ ଏନଗେଜ୍‌ ରଖାଯାଉଥିବାରୁ ପ୍ରକୃତ ରୋଗୀ ଏହି ସେବାରୁ ବଞ୍ଚିତ ହେଉଛନ୍ତି। ତେଣୁ ସମ୍ପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos