କନିଆ ଡାକ୍ତରାଣୀକୁ ବର ପ୍ଲସ୍‌ ଟୁ ପାସ୍‌, ଧରାପଡ଼ିଲା ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀଙ୍କ ମିଛ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନିଆ ଡାକ୍ତରାଣୀକୁ ବର ଯୁକ୍ତ ଦୁଇ ପାସ୍‌। ଏହା ଜଣାପଡ଼ିବା ପରେ ମାତ୍ର କିଛି ମାସ ମଧ୍ୟରେ ଏ ବିବାହରେ ପଡ଼ିଛି ଯବନିକା। ପୁଲିସ୍ ଏହି ଘଟଣାରେ ବରକୁ ଗିରଫ କରିଥିବା ବେଳେ ତାଙ୍କ ବାପା ଓ ମା’ଙ୍କୁ ଖୋଜୁଛି। ଗତ ବର୍ଷ ଜଳ ସମ୍ପଦ ବିଭାଗର ପୂର୍ବତନ ସବୋର୍ଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କ ପୁଅ ଶୈଳେନ୍ଦୁଙ୍କ ବିବାହ ଭୁବନେଶ୍ୱରର ଜଣେ ଡାକ୍ତରାଣୀଙ୍କ ସହ ଧୁମଧାମରେ ହୋଇଥିଲା। ଡାକ୍ତରାଣୀ ବୋହୂ ଘରକୁ ଆଣିବାକୁ […]

bbsR0

bbsR0

Tapaswini Nayak
  • Published: Wednesday, 15 January 2020
  • Updated: 15 January 2020, 10:33 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କନିଆ ଡାକ୍ତରାଣୀକୁ ବର ଯୁକ୍ତ ଦୁଇ ପାସ୍‌। ଏହା ଜଣାପଡ଼ିବା ପରେ ମାତ୍ର କିଛି ମାସ ମଧ୍ୟରେ ଏ ବିବାହରେ ପଡ଼ିଛି ଯବନିକା। ପୁଲିସ୍ ଏହି ଘଟଣାରେ ବରକୁ ଗିରଫ କରିଥିବା ବେଳେ ତାଙ୍କ ବାପା ଓ ମା’ଙ୍କୁ ଖୋଜୁଛି।

ଗତ ବର୍ଷ ଜଳ ସମ୍ପଦ ବିଭାଗର ପୂର୍ବତନ ସବୋର୍ଚ୍ଚ ଯନ୍ତ୍ରୀ କୁଳମଣି ବିଶ୍ୱାଳଙ୍କ ପୁଅ ଶୈଳେନ୍ଦୁଙ୍କ ବିବାହ ଭୁବନେଶ୍ୱରର ଜଣେ ଡାକ୍ତରାଣୀଙ୍କ ସହ ଧୁମଧାମରେ ହୋଇଥିଲା। ଡାକ୍ତରାଣୀ ବୋହୂ ଘରକୁ ଆଣିବାକୁ କୁଳମଣି କହିଥିଲେ ମିଛ। ପୁଅର ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ ହୋଇଥିବା ବେଳେ ଡାକ୍ତରୀ ପାସ୍‌ କରିଥିବା ସେ କହିଥିଲେ।

ପୁଅ ଶୈଳେନ୍ଦୁ କୋଲକାତା ସ୍ଥିତ ନ୍ୟାସନାଲ୍‌ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ଓ ଦିଲ୍ଲୀ ଏମ୍‌ସରୁ ଫିଜିଓଲୋଜିରେ ପିଜି କରିବା ପରେ କାନାଡାର ଏକ ପ୍ରତିଷ୍ଠିତ ମେଡିକାଲ କଲେଜରେ ପିଏଚ୍‌ଡି କରୁଥିବା କୁଳମଣି ଝିଅ ଘର ଲୋକଙ୍କୁ କହିଥିଲେ। ପ୍ରମାଣ ସ୍ୱରୂପ ଜାଲ୍‌ ସାର୍ଟିଫିକେଟ ମଧ୍ୟ ଦେଖାଇଥିଲେ, ଯାହାକୁ ଝିଅ ଘର ଲୋକେ ସହଜେ ବିଶ୍ୱାସ କରି ନେଇଥିଲେ।

ହେଲେ ବିବାହର କିଛି ମାସ ପରେ ଡାକ୍ତରାଣୀ ଜଣଙ୍କ ସ୍ୱାମୀଙ୍କ ଅସଲ ଯୋଗ୍ୟତା ଜାଣିପାରିଥିଲେ। ସନ୍ଦେହ ହେବା ପରେ ସେ ଖୋଳତାଡ଼ କରିଥିଲେ ଓ ଶୈଳେନ୍ଦୁ ଯୁକ୍ତ ଦୁଇ ପାସ୍‌ କରିଥିବା ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା।  ଏନେଇ ସେ ଥାନାର ଦ୍ୱାରସ୍ଥ ହେଲେ। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରି ଦୁଇ ଦିନ ତଳେ ତାଙ୍କ ସ୍ୱାମୀ ଶୈଳେନ୍ଦୁଙ୍କୁ ଗିରଫ କରିଛି। ହେଲେ ତାଙ୍କ ଶାଶୂ ଓ ଶ୍ୱଶୁର ଫେରାର ହୋଇଯାଇଛନ୍ତି। ପୁଲିସ୍ ସେମାନଙ୍କୁ ଖୋଜୁଛି।

ଉକ୍ତ ଡାକ୍ତରାଣୀଙ୍କ ଜଣେ ସମ୍ପର୍କୀୟ କହିଛନ୍ତି, “ବିବାହ ପୂର୍ବରୁ ତାଙ୍କ ପୁଅ ଡାକ୍ତର ବୋଲି ଆମକୁ କୁହାଯାଇଥିଲା। ପରେ ସେ ଡାକ୍ତର ନୁହେଁ ବୋଲି ଜଣାପଡ଼ିଥିଲା। ଏନେଇ ଆମେ ଥାନାରେ ଅଭିଯୋଗ କରିଛୁ। ପୁଅର ପରିବାର ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯାଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story