‘ଓଡ଼ିଶା ରିପୋର୍ଟର’ ନାମରେ ମିଛ ଖବର

ପାରାଦୀପ(ରମାକାନ୍ତ ନାୟକ): ‘ଓଟିଭି’ ଏବଂ ଓଡ଼ିଶା ରିପୋର୍ଟର ନାମରେ ନିୟମିତ ମିଛ ଖବର ପ୍ରକାଶ ପାଉଛି । ପାରାଦୀପ, କୁଜଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ‘ଓଟିଭି’ ଏବଂ ଓଡ଼ିଶା ରିପୋର୍ଟର ନାମରେ ବିଭିନ୍ନ ସୋଶାଲ ମିଡିଆରେ ମିଛ ତଥା କପୋଳକଳ୍ପିତ ଖବରକୁ ଭାଇରାଲ କରାଯାଉଛି।

‘୩ଦିନ ପାଇଁ ଶଟଡାଉନ ହେଲା କୁଜଙ୍ଗ’ ଶୀର୍ଷକ ଖବର କେହି ମନ୍ଦ ଉଦ୍ଦେଶ୍ୟ ରଖି ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଏ‌ହାର ସାମ୍ବାଦିକଙ୍କୁ ବଦନାମ କରିବା ପାଇଁ ଏପରି ହୀନ ଉଦ୍ୟମ କରିଥିବା ସ୍ପଷ୍ଟ ହେଉଛି।

ପ୍ରାୟ ୭ ମାସ ତଳେ ଅର୍ଥାତ ୨୦୨୦ ମସିହା ଅଗଷ୍ଟ ୧୬ ତାରିଖରେ ଏହି ଖବର ପ୍ରକାଶ ପାଇଥିଲା। ଏବେ ଏହି ଖବରକୁ ଏଡିଟ କରି ଏବେ ସ୍ପ୍ରେଡ୍ କରାଇବା ପଛର କାର୍ପଟଦାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। କୋଭିଡ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ଆଧାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଘଟଣାକୁ ନିନ୍ଦା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।