୧୫ ଲକ୍ଷ ଟଙ୍କାର ଜାଲ ନୋଟ୍‌ ଜବତ, ୨ ଆନ୍ତରାଜ୍ୟ ଅପରାଧୀ ଗିରଫ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌। ସମ୍ବଲପୁର ଯୁଯୁମୁରା ନିକଟରୁ ୧୫ ଲକ୍ଷରୁ  ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ୨ ଜଣ ଆନ୍ତରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। ବହୁ ଦିନ ହେବ ଏମାନେ ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିଲେ। ରାଜ୍ୟରେ ବଢ଼ି ଚାଲଛି ଜାଲ୍ ନୋଟ କାରବାର। କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର […]

Fake currency

Fake currency

Tapaswini Nayak
  • Published: Wednesday, 13 July 2022
  • Updated: 13 July 2022, 09:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌। ସମ୍ବଲପୁର ଯୁଯୁମୁରା ନିକଟରୁ ୧୫ ଲକ୍ଷରୁ  ଅଧିକ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌। ଏହି ମାମଲାରେ ୨ ଜଣ ଆନ୍ତରାଜ୍ୟ ଅପରାଧୀଙ୍କୁ ଗିରଫ କରାଯାଇଛି। ବହୁ ଦିନ ହେବ ଏମାନେ ଜାଲ୍ ନୋଟ୍ କାରବାର ଚଳାଇ ଆସୁଥିଲେ।

ରାଜ୍ୟରେ ବଢ଼ି ଚାଲଛି ଜାଲ୍ ନୋଟ କାରବାର। କିଛି ଦିନ ତଳେ ବରଗଡ଼ ଜିଲ୍ଲା ବରପାଲିରୁ ୧୪ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ କରାଯାଇଥିଲା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିଲା। ଏହାର ଲିଙ୍କ୍‌ ବିହାର, ଛତିଶଗଡ଼ ଓ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିଲା। ସମ୍ବୁଲପୁରରୁ ମିଳିଥିବା ଜାଲ ନୋଟ ଲିଙ୍କ୍ ବରଗଡ଼ ସହ ଅଛି କି? ଏନେଇ କ୍ରାଇବବ୍ରାଞ୍ଚ  ଖୋଳତାଡ଼ କରୁଛି।

କ୍ରାଇମବ୍ରାଞ୍ଚର ତଥ୍ୟ ଅନୁସାରେ ୧୦ ବର୍ଷ ଭିତରେ ୧୦ କୋଟିରୁ ଅଧିକ ଟଙ୍କାର ଜାଲି ନୋଟ୍ ଜବତ ହୋଇଛି।  ୩୨୦ରୁ ଅଧିକ ଅଭିଯୁକ୍ତ ଧରାପଡ଼ିଛନ୍ତି। ୧୮୦ରୁ ଅଧିକ ମାମଲା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos