ବ୍ୟବଚ୍ଛେଦ ପାଇଁ ୧୦୦ କିମି କାନ୍ଧରେ ଶବ ନେଉଥିଲେ, ବାଟରେ ଧରିଲା ପୁଲିସ...

ରାୟଗଡ଼ା(ମାଉଡି ବାରିକ): ମୃତଦେହକୁ ଯାଞ୍ଚ କରି ପଳାଇଲା ପୁଲିସ। ହେଲେ ବ୍ୟବଚ୍ଛେଦ ପାଇଁ ନେଲାନି। ପରିବାର ଲୋକେ ମୃତଦେହର ବ୍ୟବଚ୍ଛେଦ ପାଇଁ ୧୦୦ କିଲୋମିଟର ଦୂର ଡାକ୍ତରଖାନା କାନ୍ଧରେ ବୋହି ନେଲା ବେଳେ ବିବାଦ ଓ ବଦନାମ ଭୟରେ ବାଟରେ ପୁଲିସ ଅଟକାଇ ଗାଡ଼ି ବ୍ୟବସ୍ଥା କରିଛି। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଡୁଡୁକାବାହାଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଲା ଗୌଡ଼। ମେ’ ୪ ତାରଖରୁ ବାବୁଲା ନିଖୋଜ […]

deadbody

deadbody

Tapaswini Nayak
  • Published: Saturday, 04 June 2022
  • Updated: 04 June 2022, 12:51 PM IST

Sports

Latest News

ରାୟଗଡ଼ା(ମାଉଡି ବାରିକ): ମୃତଦେହକୁ ଯାଞ୍ଚ କରି ପଳାଇଲା ପୁଲିସ। ହେଲେ ବ୍ୟବଚ୍ଛେଦ ପାଇଁ ନେଲାନି। ପରିବାର ଲୋକେ ମୃତଦେହର ବ୍ୟବଚ୍ଛେଦ ପାଇଁ ୧୦୦ କିଲୋମିଟର ଦୂର ଡାକ୍ତରଖାନା କାନ୍ଧରେ ବୋହି ନେଲା ବେଳେ ବିବାଦ ଓ ବଦନାମ ଭୟରେ ବାଟରେ ପୁଲିସ ଅଟକାଇ ଗାଡ଼ି ବ୍ୟବସ୍ଥା କରିଛି। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଡୁଡୁକାବାହାଲ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଲା ଗୌଡ଼।

ମେ’ ୪ ତାରଖରୁ ବାବୁଲା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିବା ପରେ ପାଇ ନଥଲେ। ଏନେଇ ଥାନାରେ ଅଭିଯୋଗ କରିଥିଲେ। ଗତକାଲି ବାବୁଲାଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରୁ ମିଳିଥିଲା। ଏନେଇ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଫରେନସିକ୍ ଟିମ୍‌ ପହଞ୍ଚି ଯାଞ୍ଚ କରିଥିଲେ। ହେଲେ ମୃତଦେହକୁ ବ୍ୟବଚ୍ଛେଦ କରିବା ପାଇଁ ନେବାକୁ କୌଣସି ବ୍ୟବସ୍ଥା କରିନଥିଲେ କି ସାଙ୍ଗରେ ନେଇ ନ ଥିଲେ। ବରଂ ପରିବାର ଲୋକଙ୍କୁ ମୃତଦେହ କୋରାପୁଟ ମେଡିକାଲ ନେଇଯିବାକୁ କହିଥିବା ମୃତ ବାବୁଲାଙ୍କ ସର୍ମ୍ପକୀୟ ସୂଚନା ଦେଇଛନ୍ତି।

ପରେ ପରିବାର ଲୋକେ ଓ ସର୍ମ୍ପକୀୟ ମୃତଦେହକୁ କାନ୍ଧରେ ବୋହି କୋରାପୁଟ ଡାକ୍ତରଖାନା ଅଭିମୁଖେ ବାହାରିଥିଲେ। ଟିକିରିଠାରୁ କୋରାପୁଟର ଦୂରତା ପ୍ରାୟ ୧୦୦ କିଲୋମିଟର। ଏତେ ବାଟ ମୃତଦେହ ନେବା ପାଇଁ ଗାଡ଼ିଭଡ଼ା ପ୍ରାୟ ୫ ହଜାର ଟଙ୍କା ପଡ଼ିଥାନ୍ତା। ଏତେ ଟଙ୍କା ଖର୍ଚ୍ଚ କରିବାକୁ ସେମାନଙ୍କର ସାଧ୍ୟ ନଥିଲା। ତେଣୁ ସେମାନେ କାନ୍ଧରେ ମୃତଦେହ ବୋହି ଚାଲିଚାଲି କୋରାପୁଟ ଅଭିମୁଖେ ବାହାରିଥିଲେ।

ଏ ସଂପର୍କରେ ସୂଚନା ମିଳିବା ପରେ ଟିଭି ଓ ୱେବ ଚାନେଲରେ ବ୍ରେକିଂ ନ୍ୟୁଜ୍‌ ସ୍କ୍ରୋଲ୍‌ ପ୍ରକାଶ ପାଇଥିଲା। ଏହା ଦେଖି ପୁଲିସ ସଚେତନ ହୋଇଥିଲା ଓ ମୃତଦେହ ନେଇ ଯାଉଥିବା ଲୋକଙ୍କୁ ବାଟରେ ଅଟକାଇଥିଲା। ପରେ ପୁଲିସ ମୃତଦେହକୁ କୋରାପୁଟ ମେଡିକାଲ ନେବାକୁ ବ୍ୟବସ୍ଥା କରିଥିବା ସୂଚନା ମିଳିଛି।

ଦାନ ମାଝି ଘଟଣାରେ ଓଡ଼ିଶା ସମଗ୍ର ବିଶ୍ୱ ସମ୍ମୁଖରେ ଲଜ୍ଜିତ ହେବା ପରେ ମଧ୍ୟ ଚେତୁନି ପ୍ରଶାସନ। ମେଡିକାଲରେ ଶବ ବାହକ ଗାଡ଼ି ତଥା ମହାପ୍ରୟାଣ ଗାଡ଼ି ଥିବା ସତ୍ତ୍ୱେ କେତେବେଳେ ବାଇକ୍‌ରେ, କେତେବେଳେ ସାଇକେଲ୍‌ରେ ତ କେତେବେଳେ କାନ୍ଧରେ ଶବ ବୁହା ହେଉଛି। ଏପରି ଘଟଣା ରୋକିବାକୁ ସରକାରଙ୍କ ନାଲି ଆଖି କାମ ନ ଦେବା ପରି ଲାଗୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story