ଉଗ୍ରରୂପ ଧାରଣ କରୁଛି 'ଫୋନି', ଓଡ଼ିଶାକୁ ସର୍ବାଧିକ ବିପଦ

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରୁଥିବା ସାମୁଦ୍ରିକ ଝଡ଼ ‘ଫୋନି’ ଏବେ ଭୀଷଣ ରୂପ ଧାରଣ କରିଛି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଚେନ୍ନାଇଠାରୁ ୭୭୦ କିମି ଓ ମଚ୍ଛିଲପଟନମଠାରୁ ୯୦୦ କିମି ଦୂରରେ ଫୋନି କେନ୍ଦ୍ରୀଭୂତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ରୂପ ଧାରଣ କରିବ।ଏହାପରେ ମେ’ ୧ ବେଳକୁ ଏହା ଦିଗ ବଦଳାଇ ଓଡ଼ିଶା ମୁହାଁ […]

fani

fani

Hemant Lenka
  • Published: Monday, 29 April 2019
  • Updated: 29 April 2019, 09:46 PM IST

Sports

Latest News

ନୂଆଦିଲ୍ଲୀ: ସମୁଦ୍ର ମଧ୍ୟରେ ରହି ଶକ୍ତି ସଂଗ୍ରହ କରୁଥିବା ସାମୁଦ୍ରିକ ଝଡ଼ 'ଫୋନି' ଏବେ ଭୀଷଣ ରୂପ ଧାରଣ କରିଛି। ବର୍ତ୍ତମାନ ଏହା ଘଣ୍ଟାପ୍ରତି ୧୬ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

ଚେନ୍ନାଇଠାରୁ ୭୭୦ କିମି ଓ ମଚ୍ଛିଲପଟନମଠାରୁ ୯୦୦ କିମି ଦୂରରେ ଫୋନି କେନ୍ଦ୍ରୀଭୂତ ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅତି ଭୀଷଣ ରୂପ ଧାରଣ କରିବ।ଏହାପରେ ମେ’ ୧ ବେଳକୁ ଏହା ଦିଗ ବଦଳାଇ ଓଡ଼ିଶା ମୁହାଁ ହେବ। ତେଣୁ ଓଡ଼ିଶାକୁ ଫୋନି ଆଡୁ ସର୍ବାଧିକ ବିପଦ ରହିଛି। ତେବେ ଏହା ଓଡ଼ିଶା ଉପକୂଳର କେଉଁ ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। କିନ୍ତୁ 'ଫୋନି' ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ସାମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଜି ରାଜ୍ୟ ସଚିବାଳୟରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ଏହାସହ ଗଞ୍ଜାମ, କେନ୍ଦ୍ରାପଡ଼ା, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ସବୁ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ୍ କରିଦିଆଯାଇଛି। 'ଫୋନି' ପାଇଁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଖାଦ୍ୟ ଏବଂ ଆବଶ୍ୟକ ସାମଗ୍ରୀ ମହଜୁଦ୍‌ ରଖିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ହୋଇଛି।

'ଫୋନି'ର ମୁକାବିଲା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଆଜିର ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର୍, ପୋଲିସ ଡିଜିଙ୍କ ସହ ଏନ୍‌ଡିଆରଏଫ୍, ସ୍ଥଳସେନା, ନୌସେନା, ଓଡ୍ରାଫ୍ ଓ ଅଗ୍ନିଶମ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏନ୍‌ଡିଆରଏଫ୍‌ ୧୨ , ଓଡ୍ରାଫ୍‌ ୨୦ ଓ ୩୩୫ଟି ଫାୟାର ଷ୍ଟେସନ ୟୁନିଟ୍‌ ଏଥିପାଇଁ ସଜାଗ ରହିବେ ସାଇକ୍ଲୋନ୍ ଆଶ୍ରୟସ୍ଥଳ ଗୁଡ଼ିକୁ ପ୍ରସ୍ତୁତ ରଖାଯାଉଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ବିଭାଗ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଫୋନି' ଆଜି ଘନୀଭୂତ ହୋଇ ସକାଳ ୧୧.୩୦ରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ରାତିରୁ ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶରେ ବର୍ଷା ଆରମ୍ଭ ହୋଇଯାଇଛି। ଆସନ୍ତାକାଲିଠାରୁ ସେଠାରେ ଧୀରେଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ସେହିପରି ପବନର ଘଣ୍ଟାପ୍ରତି ବେଗ ୮୦ରୁ ୯୦ କିମି ରହିବ।

ପୂର୍ବରୁ ଏହା ତାମିଲନାଡୁ ଏବଂ ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଏହାର ଦିଗ ବଦଳି ଯାଇଛି। ମେ’ ୧ ତାରିଖ ବେଳକୁ 'ଫୋନି' ଓଡ଼ିଶା ମୁହାଁ ହେବାର ସର୍ବାଧିକ ସମ୍ଭାବନା ରହିଛି। ଏବେ ଏହା ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେଇ ସାରିଥିବା ବେଳେ ଆସନ୍ତାକାଲି ସକାଳ ସୁଦ୍ଧା ଭେରି ସିଭିୟର୍ ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ମେ ୨ ଓ ୩ ତାରିଖ ଦୁଇ ଦିନ ଧରି 'ଫୋନି' ଓଡ଼ିଶାରେ ତା'ର କୋପ ଦେଖାଇବାର ଆଶଙ୍କା ରହିଛି। ଯଦି ଏହା ଓଡ଼ିଶାରେ ଲ୍ୟାଣ୍ଡଫଲ୍‌ ନ କରେ, ତା'ହେଲେ ୨ତାରିଖରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ସେହିପରି ୩ ତାରିଖରୁ ପବନର ବେଗ ୭୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବା ସହ ଅତି ପ୍ରବଳ ବର୍ଷା ହେବ।

କିନ୍ତୁ ଯଦି ଏହା ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍‌ କରେ, ତେବେ ପବନର ଘଣ୍ଟାପ୍ରତି ବେଗ ୧୫୫ରୁ ୧୬୦ କିମି ଛୁଇଁବାର ଆଶଙ୍କା ରହିଛି। ଏହି ସମୟରେ ସମୁଦ୍ର ଅତି ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଦକ୍ଷିଣ ଓଡ଼ିଶାରେ ୨ ତାରିଖରୁ ବର୍ଷା ହେବ। ଏହାପରେ ସମଗ୍ର ଉପକୂଳ ଓଡ଼ିଶାରେ ଫୋନି ତା’ର କାୟା ବିସ୍ତାର କରିବ।

ପରିସ୍ଥିତିକୁ ଦୃଷ୍ଟିରେ ରଖି ନୌ ସେନା, ବାୟୁସେନା ଓ ସ୍ଥଳ ସେନାକୁ ସତର୍କ ରହିବାକୁ କୁହାଯାଇଛି। ଏଥିସହ ଓଡ଼ିଶା ସହ କେରଳରେ ମଧ୍ୟ 'ଫୋନି'ର ପ୍ରଭାବ ପଡ଼ିପାରେ। ତେଣୁ ଉଭୟ ରାଜ୍ୟ ପାଇଁ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ମେ’ ୩ରୁ ପଶ୍ଚିମବଙ୍ଗରେ ମଧ୍ୟ ପ୍ରବଳ ବର୍ଷା ଆରମ୍ଭ ହୋଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story