ଢେଙ୍କାନାଳରେ ଜଣେ ଭାଗଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ‌ଓସ୍ତପାଳରେ ଆଜି ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ସଦାନନ୍ଦ ସାହୁ। ସଦାନନ୍ଦ କୀଟନାଶକ ପିଇ ଦେଇଥିଲେ। ଫସଲହାନି ଓ ଋଣ ବୋଝ ଯୋଗୁଁ ସଦାନନ୍ଦ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସଦାନନ୍ଦ ହାତ ଉଧାରି ଆଣିଥିବାରୁ  ସବୁବେଳେ  ଚିନ୍ତାରେ ରହୁଥିଲେ। ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ […]

farmer -5

farmer -5

Rakesh Mallick
  • Published: Tuesday, 29 March 2016
  • Updated: 29 March 2016, 09:58 AM IST

Sports

Latest News

ଢେଙ୍କାନାଳ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଜାରି ରହିଛି। ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ‌ଓସ୍ତପାଳରେ ଆଜି ଜଣେ ଭାଗଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ ସଦାନନ୍ଦ ସାହୁ। ସଦାନନ୍ଦ କୀଟନାଶକ ପିଇ ଦେଇଥିଲେ। ଫସଲହାନି ଓ ଋଣ ବୋଝ ଯୋଗୁଁ ସଦାନନ୍ଦ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ସଦାନନ୍ଦ ହାତ ଉଧାରି ଆଣିଥିବାରୁ  ସବୁବେଳେ  ଚିନ୍ତାରେ ରହୁଥିଲେ।

ମୃତ ଚାଷୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକ ଓସ୍ତପାଳ ରାସ୍ତା ଅବରୋଧ କରିଛନ୍ତି। ସଦର ଥାନା  ପୋଲିସ୍ ଓ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଛନ୍ତି।

ଗତ ୨୧ ତାରିଖରେ କଙ୍କଡ଼ାହାଡ଼ ବ୍ଲକ ଆଖୁପାଳ ଗାଁର ଭାଗଚାଷୀ ପ୍ରଫୁଲ୍ଲ ସିଂ (୫୦) କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଯୋଗାଇ ଦେବା ଦାବିରେ ସ୍ଥାନୀୟ ଲୋକେ କଙ୍କଡ଼ାହାଡ଼ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରାସ୍ତା ଅବରୋଧ କରିଥିଲେ। ସ୍ଥାନୀୟ ତହସିଲଦାର ଏବଂ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ କ୍ଷତିପୂରଣ ଦିଆଯିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

ସେହିପରି ଗତ ଜାନୁୟାରୀ ୧୫ ତାରିଖରେ ଫସଲହାନି ଓ ଋଣବୋଝ ସହି ନ ପାରି ଢେଙ୍କାନାଳ ଜିଲ୍ଲା ମଙ୍ଗଳପୁର ଗାଁର ପ୍ରସନ୍ନ ସାହୁ ଆତ୍ମହତ୍ୟା କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos