ବିଷ ପିଇ ଜୀବନ ହାରିଦେଲେ ଚାଷୀ

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଏସ୍ ଡୁମେରପାଲି ପଞ୍ଚାୟତରେ ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ନୂଆପଲ୍ଲୀ ଗାଁର ଚାଷୀ ମହେନ୍ଦ୍ର ସାହୁ ଗତ ଗୁରୁବାର ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଋଣ ଭାର ଓ ଫସଲହାନୀ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହେନ୍ଦ୍ରଙ୍କ ପରିବାର ଲୋକ କହିଛନ୍ତି ଯେ […]

er

er

Hemant Lenka
  • Published: Monday, 23 September 2019
  • Updated: 23 September 2019, 08:50 PM IST

Sports

Latest News

ବରଗଡ଼(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଏସ୍ ଡୁମେରପାଲି ପଞ୍ଚାୟତରେ ଜଣେ ଚାଷୀ ବିଷ ପିଇ ଜୀବନ ହାରିଛନ୍ତି। ନୂଆପଲ୍ଲୀ ଗାଁର ଚାଷୀ ମହେନ୍ଦ୍ର ସାହୁ ଗତ ଗୁରୁବାର ଦିନ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ବରଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଋଣ ଭାର ଓ ଫସଲହାନୀ ଯୋଗୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ମହେନ୍ଦ୍ରଙ୍କ ପରିବାର ଲୋକ କହିଛନ୍ତି ଯେ ଗତବର୍ଷ ମହେନ୍ଦ୍ର ନିଜ ଜମିରେ ବିଭିନ୍ନ ପ୍ରକାରର ଫସଲ କରିଥିଲେ। ହେଲେ ଏଗୁଡ଼ିକ ନଷ୍ଟ ହୋଇଯାଇଥିଲା। ତଥାପି ତାଙ୍କୁ ଇନ୍ସ୍ୟୁରାନ୍ସ ପଇସା ମିଳି ନଥିଲା। ଏହି କାରଣରୁ ତାଙ୍କର ଋଣଭାରି ବଢ଼ିବା ଆରମ୍ଭ ହୋଇଥିଲା।

ଇତି ମଧ୍ୟରେ ଏହି ଋଣଭାର ସୀମା ୪୦ ହଜାର ପାର କରିଯାଇଥିଲା। ଋଣ ପରି‌ଶୋଧ ନେଇ ସେ ସର୍ବଦା ଚିନ୍ତିତ ଥିଲେ। ଶେଷରେ କୌଣସି ଉପାୟ ନପାଇ ସେ ଗୁରୁବାର ଦିନ ବିଷ ପିଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos