ଫସଲ ବୀମା କରିଥିଲେ, ମିଳିଲାନି କ୍ଷତିପୂରଣ

ବରଗଡ଼(ଦୀପକ ଶର୍ମା): ଫସଲ ବୀମା କଲେ ଚାଷୀ ଚାଷ କ୍ଷତିଜନିତ କ୍ଷତିପୂରଣ ପାଇବ। ସରକାରଙ୍କ ଏଭଳି ଘୋଷଣା ଚାଷୀଙ୍କ ପାଇଁ ପ୍ରତାରଣା ସାଜିଛି। ବରଗଡ଼ ଜିଲ୍ଲାର ଶହ ଶହ ଚାଷୀ ଏଭଳି ପ୍ରତାରଣାର ଶିକାର ହୋଇଛନ୍ତି। ଯାହାକୁ ନେଇ ଚାଷୀଙ୍କ ବିଶାଳ ଜନଅନ୍ଦୋଳନ ପରେ ଆଜି ପୁଲିସ ପ୍ରଶାସନ ପକ୍ଷରୁ ବୀମା କମ୍ପାନୀର ୩ ଜଣ ଅଧିକାରୀଙ୍କୁ ଅଟକ ରଖାଯାଇଛି। ସେପଟେ ବୀମା କମ୍ପାନୀ ଅଧିକାରୀଙ୍କ ଉପସ୍ଥିତିରେ ଚାଷୀ ପ୍ରତିନିଧିଙ୍କ ସହ ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ସମସ୍ୟାର […]

metting

metting

Niranjan Mishra
  • Published: Wednesday, 14 September 2022
  • Updated: 14 September 2022, 06:13 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ଫସଲ ବୀମା କଲେ ଚାଷୀ ଚାଷ କ୍ଷତିଜନିତ କ୍ଷତିପୂରଣ ପାଇବ। ସରକାରଙ୍କ ଏଭଳି ଘୋଷଣା ଚାଷୀଙ୍କ ପାଇଁ ପ୍ରତାରଣା ସାଜିଛି। ବରଗଡ଼ ଜିଲ୍ଲାର ଶହ ଶହ ଚାଷୀ ଏଭଳି ପ୍ରତାରଣାର ଶିକାର ହୋଇଛନ୍ତି। ଯାହାକୁ ନେଇ ଚାଷୀଙ୍କ ବିଶାଳ ଜନଅନ୍ଦୋଳନ ପରେ ଆଜି ପୁଲିସ ପ୍ରଶାସନ ପକ୍ଷରୁ ବୀମା କମ୍ପାନୀର ୩ ଜଣ ଅଧିକାରୀଙ୍କୁ ଅଟକ ରଖାଯାଇଛି। ସେପଟେ ବୀମା କମ୍ପାନୀ ଅଧିକାରୀଙ୍କ ଉପସ୍ଥିତିରେ ଚାଷୀ ପ୍ରତିନିଧିଙ୍କ ସହ ଜିଲ୍ଲାପାଳ, ଏସ୍‌ପି ପ୍ରମୁଖ ସମସ୍ୟାର ସମାଧାନ ନିମନ୍ତେ ଅଲୋଚନା କରିଛନ୍ତି।

ଚାଷୀ ପ୍ରତିନିଧି ରମେଶ ମହାପାତ୍ର ଓ ଅଜିତ କୁମାର ଶତପଥୀଙ୍କ ଅଭିଯୋଗ ମୁତାବକ, ଗତ ବର୍ଷ ଖରିଫ ଋତୁରେ ବର୍ଷା ନ ହେବା ଯୋଗୁ ଜିଲ୍ଲାର ଚାଷୀମାନେ ଫସଲ ହରାଇଥିଲେ। ନିୟମ ମୁତାବକ ବୀମା କରିଥିବା ଚାଷୀମାନେ କ୍ଷତିପୂରଣ ପାଇବା କଥା। ବୀମା କମ୍ପାନୀ ଏହି ଟଙ୍କା ଚାଷୀଙ୍କୁ ଦେବା କଥା। ହେଲେ ଚାଷୀଙ୍କୁ ଟଙ୍କା ଦିଆଯାଉନି। ଜିଲ୍ଲାର ପ୍ରାୟ ୧୧୬ ପଂଚାୟତର ପ୍ରାୟ ୪ ଲକ୍ଷ ଚାଷୀ ପ୍ରିମିୟମ ପୈଠ କରିଥିଲେ। ଅଧିକାଂଶ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ଫସଲ କ୍ଷତି ବାବଦ କ୍ଷତିପୂରଣ ଅର୍ଥ ମିଳିପାରିନି। ବୀମା କମ୍ପାନୀ ଓ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ବାରମ୍ବାର ଜମି କାଗଜପତ୍ର ସହ ବୀମା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦେବା ପରେ ବି ଫଳ ଶୂନ। ଯାହାକୁ ନେଇ ୧୦ ମାସ ହେବ ଆନ୍ଦୋଳନ ଚାଲିଛି। କେତେବେଳେ ରାଜ୍ୟ ସରକାରଙ୍କ ଉପରେ ତ କେତେବେଳେ କେନ୍ଦ୍ର ସରକାର, ପୁଣି କେତେବେଳ ଜିଲାପାଳଙ୍କ ଉପରେ ଦୋଷାରୋପ କରାଯାଇ ସେମାନଙ୍କ କ୍ଷତିପୂରଣ ସହାୟତା ଟଙ୍କା ପ୍ରଦାନ କରାଯାଉନାହିଁ। ବିଧାନସଭାରେ ଚାଷୀଙ୍କୁ ୪୨୧ କୋଟି କ୍ଷତିପୂରଣ ଅର୍ଥ ଦେବାକୁ ଆଲୋଚନା ହୋଇଥିଲା, ଏହା ଭିତରେ ୨୨୭ କୋଟି ଟଙ୍କା ବଣ୍ଟା ଯାଇଥିବା କୁହାଯାଇଥିଲା। ହେଲେ ଏ ବରଗଡ଼ର ଚାଷୀ ଫସଲ କ୍ଷତି ସହାୟତା ପାଇଲେ ନାହିଁ।

ଏନେଇ ଜିଲ୍ଲାପାଳ ମୋନିଷା ବାନାର୍ଜୀ କହିଛନ୍ତି, ଏହି ଜିଲ୍ଲାର କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଲେମ୍ ଉପରେ ବୀମା କମ୍ପାନୀ ପ୍ରାୟ ୨ କୋଟି ଟଙ୍କା ଦେଇଥିବା କହିଛି। ତେବେ ଏମିତି ଅନେକ ଚାଷୀ ଅଛନ୍ତି ଯାହାଙ୍କର କ୍ଲେମ୍ ସେଟେଲମେଣ୍ଟ ହୋଇପାରିନି। ଏହା ଭିତରେ ଅନେକ ବିବାଦୀୟ କେସ୍‌ ମଧ୍ୟ ରହିଛି। ଏହାଛଡ଼ା ଅନେକ ଚାଷୀଙ୍କୁ ଟଙ୍କା ଦେବା ନିମନ୍ତେ ମଞ୍ଜୁରୀ ହୋଇଥିବା କିଛି କେସ୍‌ ମଧ୍ୟ ରହିଛି। ଆଜିର ଅଲୋଚନା ପରେ ବୀମା କମ୍ପାନୀ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଯେତେଗୋଟି କେସ୍‌ରେ ଟଙ୍କା ଦେବାକୁ ମଞ୍ଜୁରୀ ହୋଇଛି, ତାହାକୁ ସେମାନେ ସପ୍ତାହେ ଭିତରେ ଚାଷୀଙ୍କୁ ଦେଇଦେବେ। ଯେତେଗୋଟି ବିବାଦୀୟ କେସ୍‌ ରହିଛି ସେ ସମ୍ପର୍କରେ ଆସନ୍ତାକାଲି ରାଜ୍ୟସ୍ତରରେ ବସିବାକୁ ଥିବା ଏସ୍‌ସି/ଏସ୍‌ଟି ବୈଠକରେ ଅଲୋଚନା ହେବ। ଅଲୋଚନାରେ ଏସ୍‌ସି/ଏସ୍‌ଟି କମିଶନର କେସ୍‌ଗୁଡ଼ିକ ମଞ୍ଜୁରୀ ଦେବା ପରେ ଟଙ୍କା ପ୍ରଦାନ ନିମନ୍ତେ ପଦକ୍ଷେପ ନିଆଯିବ। ଯେଉଁ ଚାଷୀମାନେ ବୀମା କରିବା ସହ ପ୍ରିମିୟମ ଠିକ୍ ସମୟରେ ଦେଇଛନ୍ତି, ସେମାନଙ୍କୁ କ୍ଷତିପୂରଣ ଦେବା ନିମନ୍ତେ ପ୍ରଶାସନ ଲକ୍ଷ୍ୟ ରଖିଛି ବୋଲି ଜିଲ୍ଲାପାଳ କହିଛନ୍ତି।

ବରଗଡ଼ ଏସ୍‌ପି ସ୍ମିତ ପି ପର୍ମାର କହିଛନ୍ତି, ଚାଷୀଙ୍କ ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୀମା କମ୍ପାନୀ କର୍ତ୍ତୃପକ୍ଷଙ୍କ ଡାକି ଅଲୋଚନା ଚାଲିଛି। ୩ ବୀମା ଅଧିକାରୀ ମଧ୍ୟ ଅଟକ ଅଛନ୍ତି। ସେମାନଙ୍କୁ ପଚରାଉଚରା କରାଯାଉଛି। ପ୍ରଶାସନର ନିଷ୍ପତ୍ତି କ୍ରମେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ଅନ୍ୟପଟେ ଏନେଇ ଅଟକ ବୀମା କମ୍ପାନୀର ଅଧିକାରୀମାନେ କୌଣସି ପତିକ୍ରିୟା ଦେବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos