ବଞ୍ଚିଥିଲା ବେଳେ ଆତ୍ମହତ୍ୟା କରିଥିବା ଚାଷୀ ବୃନ୍ଦାବନ କ’ଣ କହିଥିଲେ ? ଦେଖନ୍ତୁ ଭିଡିଓ

ଭୁବନେଶ୍ୱର: ବରଗଡ଼ର କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଘଟଣାର ନୂଆମୋଡ଼। ସାମ୍ନାକୁ ଆସିଲା ସାଂଘାତିକ୍‌ ତଥ୍ୟ ।  ତାଙ୍କ ଆତ୍ମହତ୍ୟା ପଛରେ ଲାଗିଛି ରାଜନୀତିର ରଙ୍ଗ।   ଏହି ଘଟଣାରେ ବିଜେପିକୁ ଟାଣି ଟ୍ୱିଷ୍ଟ ଆଣିଛନ୍ତି ଖୋଦ୍ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ଗଣମାଧ୍ୟମକୁ ଏନେଇ ମନ୍ତ୍ରୀ ୨ଟି ଭିଡିଓ ଦେଇଛନ୍ତି। ଯାହାକୁ  ଭାଇରାଲ ଭିଡିଓ ବୋଲି କୁହାଯାଉଛି। ପ୍ରଥମ ଭିଡିଓରେ ସମ୍ପୃକ୍ତ ଚାଷୀ ବୃନ୍ଦାବନ ବଞ୍ଚିଥିବା ବେଳେ କିଛି କହୁଥିବାର ଦୃଶ୍ୟମାନ ହେଉଛି। ୨ ମିନିଟ୍‌ […]

k-222

k-222

Rakesh Mallick
  • Published: Monday, 06 November 2017
  • Updated: 06 November 2017, 11:03 PM IST

Sports

Latest News

ଭୁବନେଶ୍ୱର: ବରଗଡ଼ର କଳାପାଣି ଗାଁର ଚାଷୀ ବୃନ୍ଦାବନ ସାହୁଙ୍କ ଆତ୍ମହତ୍ୟା ଘଟଣାର ନୂଆମୋଡ଼। ସାମ୍ନାକୁ ଆସିଲା ସାଂଘାତିକ୍‌ ତଥ୍ୟ ।  ତାଙ୍କ ଆତ୍ମହତ୍ୟା ପଛରେ ଲାଗିଛି ରାଜନୀତିର ରଙ୍ଗ।   ଏହି ଘଟଣାରେ ବିଜେପିକୁ ଟାଣି ଟ୍ୱିଷ୍ଟ ଆଣିଛନ୍ତି ଖୋଦ୍ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ। ଗଣମାଧ୍ୟମକୁ ଏନେଇ ମନ୍ତ୍ରୀ ୨ଟି ଭିଡିଓ ଦେଇଛନ୍ତି। ଯାହାକୁ  ଭାଇରାଲ ଭିଡିଓ ବୋଲି କୁହାଯାଉଛି।

ପ୍ରଥମ ଭିଡିଓରେ ସମ୍ପୃକ୍ତ ଚାଷୀ ବୃନ୍ଦାବନ ବଞ୍ଚିଥିବା ବେଳେ କିଛି କହୁଥିବାର ଦୃଶ୍ୟମାନ ହେଉଛି। ୨ ମିନିଟ୍‌ ୫୭ ସେକଣ୍ଡର ଏହି ଭିଡିଓରେ ବୃନ୍ଦାବନଙ୍କ ସହ ବି ଅଛନ୍ତି ଆଉ ଦୁଇଜଣ ଚାଷୀ। ଏହି ଭିଡିଓକୁ ଜଣେ ଯୁବକ ରେକର୍ଡ଼ିଂ କରିଥିବା  ମନ୍ତ୍ରୀ ସୁଶାନ୍ତ ସିଂ ଅଭିଯୋଗ ଆଣିଛନ୍ତି। ଭିଡିଓଟି ବିଲରେ ସୁଟିଂ ହୋଇଛି। ସେହିପରି ଆଉ ଗୋଟିଏ ଭିଡିଓ ବି ରହିଛି।

୧୦ ମିନିଟ୍ ୨୫ ସେକଣ୍ଡର ଏହି ଭିଡିଓରେ ସେହି ଯୁବକ ଜଣକ ମୋବାଇଲରେ ରେକର୍ଡିଂ କରିଛନ୍ତି।   ଫସଲ ପୋଡି ହେବା ପରେ ପ୍ରଶାସନିକ ଟିମ୍‌ର ସରଜମିନ ତଦନ୍ତର ଚିତ୍ର ରହିଛି। ଆଉ ବରଗଡ଼ର ଚାଷୀଙ୍କ ଅବସ୍ଥା କିପରି ରହିଛି ତାହାକୁ ସେ ଦର୍ଶାଉଛନ୍ତି। ତା’ସହିତ ଏହି ଭିଡିଓ ସେୟାର ପାଇଁ କହୁଛନ୍ତି ସମ୍ପୃକ୍ତ ଯୁବକ।

ବଞ୍ଚିଥିଲା ବେଳେ କ’ଣ କହିଥିଲେ ବୃନ୍ଦାବନ ?

‘ଆମେ ଭାଗଚାଷୀ ଆଜ୍ଞା। ସପ୍ତାହ ମଧ୍ୟରେ ଆମ ଅଭିଯୋଗ ଶୁଣି ଆମର ପ୍ରାପ୍ୟ ଆମକୁ ଦେବା କଥା। ନହେଲେ  ଆମର ଲାସ୍‌ ଏହି ବିଲରେ ପଡ଼ିଥିବ। ଏହା ପୁରା ଚାଲେଞ୍ଜ।’

ବୃନ୍ଦାବନଙ୍କ ମୃତ୍ୟୁ ପରେ ଦ୍ୱିତୀୟ ଭିଡିଓରେ କ’ଣ କହିଥିଲେ ଯୁବକ ?

‘ଭାଇମାନେ ଏହି ଭିଡିଓକୁ ସବ୍‌ସ୍କ୍ରାଇବ୍‌ କର। ସେୟାର କର। ବରଗଡ଼ର ଚାଷୀମାନଙ୍କ ଲାଗି କମ୍‌ସେ କମ୍‌ ଆପଣଙ୍କୁ ହାତ ଯୁଡ଼ି ଅନୁରୋଧ କରୁଛି। ଯେମିତି ସରକାରଙ୍କ ପାଖରେ ଚାଷୀଙ୍କ ସ୍ୱର ପହଞ୍ଚିପାରିବ।’

ମନ୍ତ୍ରୀଙ୍କ ଅଭିଯୋଗ

ମନ୍ତ୍ରୀ ସୁଶାନ୍ତ କହିଛନ୍ତି ବୃନ୍ଦାବନକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତା ଯାଇଥିଲା । ସ୍ଥାନୀୟ ବିଜେପି କର୍ମୀ ହିଁ ବୃନ୍ଦାବନକୁ ଆତ୍ମହତ୍ୟା କରିବାକୁ ଉସକାଇଥିଲେ।  ଏ ନେଇ ସେ ପୋଲିସରେ ଅଭିଯୋଗ କରିବେ ବୋଲି କହିଛନ୍ତି। ସୁଶାନ୍ତଙ୍କ ଅଭିଯୋଗ,ଏହାକୁ ରେକର୍ଡିଂ କରିଥିବା ଯୁବକ ଜଣକ ବୃନ୍ଦାକୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିଲେ। ତେବେ ଦୁଇଟି ଯାକ ଭିଡିଓରେ ବୃନ୍ଦାବନଙ୍କୁ ଆତ୍ମହତ୍ୟା ଲାଗି ପ୍ରବର୍ତ୍ତାଇବାର ସେଭଳି ବାର୍ତ୍ତାଳପ ନ ଥିଲେ ବି ଶ୍ରମମନ୍ତ୍ରୀଙ୍କ ଅଭିଯୋଗ ବିଜେପି କର୍ମୀ ବୃନ୍ଦାବନଙ୍କୁ ଉସକାଇଛନ୍ତି । ତେବେ ଭିଡିଓ ସୁଟ୍‌ କରିଥିବା ଯୁବକ ଜଣକ କିଏ ଜଣାପଡ଼ିନି।

ମନ୍ତ୍ରୀଙ୍କ ଅଭିଯୋଗକୁ ବିଜେପି ରାଜ୍ୟ ସଭାପତିଙ୍କ ଖଣ୍ଡନ

ମନ୍ତ୍ରୀଙ୍କ ଉପରୋକ୍ତ ଅଭିଯୋଗକୁ ଖଣ୍ଡନ କରି ସରକାରଙ୍କ ଉପରେ ପାଲଟା ବର୍ଷିଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା। କହିଛନ୍ତି ଦଳକୁ ବଦନାମ କରିବାକୁ ଏପରି ଅପପ୍ରଚାର କରାଯାଉଛି।  ଏହା ସହ ଆତ୍ମହତ୍ୟା କରୁଥିବା ଚାଷୀଙ୍କୁ ବିଦ୍ରୁପ କରୁଥିବା ବିଜେଡି ନେତାଙ୍କୁ ଦଣ୍ଡିତ କରିବାକୁ କହିଛନ୍ତି ବସନ୍ତ ପଣ୍ଡା।

https://youtu.be/G4ffLtGULM4

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos