ୟୁରିଆ ସାର ଉପରେ ନଜର ରଖିଛନ୍ତି ସରକାର: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଷ କାମ ପାଇଁ ୟୁରିଆ ସାରର ଅଭାବ ନାହିଁ। ସଠିକ୍ ମୂଲ୍ୟରେ ଚାଷୀଙ୍କୁ ୟୁରିଆ ସାର ବିକ୍ରି ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ ନେଉଛନ୍ତି। ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଗତକାଲି ଗଞ୍ଜାମ ଜିଲ୍ଲା ପାଇଁ ୧୫ ଶହ ଟନ୍ ଇଫକୋ ୟୁରିଆ ସାର ପହଞ୍ଚିଛି।  ପ୍ରଥମ ପର୍ଯ୍ୟାୟରେ ଏଥିରୁ ୧୦ଟନ୍ ଲେଖାଏଁ ସାର ୧୫୦ଟି ସୋସାଇଟିକୁ ଦିଆଯିବ। ” ମନ୍ତ୍ରୀ ଆହୁରି କହିଛନ୍ତି,“ଚାଷୀମାନେ […]

Rakesh Mallick
  • Published: Tuesday, 05 September 2017
  • Updated: 05 September 2017, 01:00 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଚାଷ କାମ ପାଇଁ ୟୁରିଆ ସାରର ଅଭାବ ନାହିଁ। ସଠିକ୍ ମୂଲ୍ୟରେ ଚାଷୀଙ୍କୁ ୟୁରିଆ ସାର ବିକ୍ରି ଲାଗି ରାଜ୍ୟ ସରକାରଙ୍କ ପଦକ୍ଷେପ ନେଉଛନ୍ତି। ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି,“ଗତକାଲି ଗଞ୍ଜାମ ଜିଲ୍ଲା ପାଇଁ ୧୫ ଶହ ଟନ୍ ଇଫକୋ ୟୁରିଆ ସାର ପହଞ୍ଚିଛି।  ପ୍ରଥମ ପର୍ଯ୍ୟାୟରେ ଏଥିରୁ ୧୦ଟନ୍ ଲେଖାଏଁ ସାର ୧୫୦ଟି ସୋସାଇଟିକୁ ଦିଆଯିବ। ”

ମନ୍ତ୍ରୀ ଆହୁରି କହିଛନ୍ତି,“ଚାଷୀମାନେ ପ୍ରାଥମିକ ସମବାୟ ସମିତି ବା ପ୍ୟାକ୍ ସେଣ୍ଟରରୁ ୟୁରିଆ ସାର ବସ୍ତା ପ୍ରତି ନିର୍ଦ୍ଧାରିତ ୨୯୫ ଟଙ୍କାରେ କିଣିବେ। ଏହାଠୁ ଅଧିକ ଦରରେ ଯଦି କେହି ସାର ବିକ୍ରି କରେ, ତେବେ ତାଙ୍କ ବିରୁଦ୍ଧରେ ଅଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos