‘ପ୍ରଶାସନ ମରିଗଲା, ଆମେ କ’ଣ କରିବୁ’; ଏପରି କହି ବାହୁନି କାନ୍ଦିଲେ ୨ ମହିଳା

ସୋନପୁର (ରବୀନ୍ଦ୍ର ହୋତା): ‘ପ୍ରଶାସନ ମରିଗଲା। ଆମେ କ’ଣ କରିବୁ। କିଏ ଆମ ଧାନ କିଣିବ। ଚାଷୀମାନେ କଲବଲ ହୋଇ ମରିଯିବେ।” ଏକ ଶବ ନିକଟରେ ବସି ଦୁଇ ଜଣ ମହିଳା ଏପରି କହି ବାହୁନି ବାହୁନି କାନ୍ଦୁଥିଲେ। ଆଉ ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ। ମଣ୍ଡି ସମସ୍ୟା ସମ୍ପର୍କରେ ଏଠାକାର ଚାଷୀମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଶୁଣୁ ନାହିଁ। ଏଥିରେ ଅତିଷ୍ଠ ହୋଇ ଆଜି ସେମାନେ ଏଭଳି […]

sone-pur99

sone-pur99

Tapaswini Nayak
  • Published: Saturday, 29 February 2020
  • Updated: 29 February 2020, 02:17 PM IST

Sports

Latest News

ସୋନପୁର (ରବୀନ୍ଦ୍ର ହୋତା): ‘ପ୍ରଶାସନ ମରିଗଲା। ଆମେ କ’ଣ କରିବୁ। କିଏ ଆମ ଧାନ କିଣିବ। ଚାଷୀମାନେ କଲବଲ ହୋଇ ମରିଯିବେ।” ଏକ ଶବ ନିକଟରେ ବସି ଦୁଇ ଜଣ ମହିଳା ଏପରି କହି ବାହୁନି ବାହୁନି କାନ୍ଦୁଥିଲେ। ଆଉ ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଳକରେ।

ମଣ୍ଡି ସମସ୍ୟା ସମ୍ପର୍କରେ ଏଠାକାର ଚାଷୀମାନେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ପ୍ରଶାସନ ଶୁଣୁ ନାହିଁ। ଏଥିରେ ଅତିଷ୍ଠ ହୋଇ ଆଜି ସେମାନେ ଏଭଳି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି। ପ୍ରଶାସନକୁ ଶବ ଭାବେ ସଜାଇ ଖଟିଆରେ ବାନ୍ଧି ସେଥିରେ କଦଳୀ ଗଛ ବାନ୍ଧି,ଫୁଲହାର ଦେଇ ରାମ ନାମ ସତ୍ୟ ହେ କହି ଚାଷୀମାନେ ଏକ ଶୋଭାଯାତ୍ରାରେ ସହର ପରକ୍ରମା କରିଥିଲେ। ଏହା ପରେ ବ୍ଳକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଏହି ଶବକୁ ସତ୍କାର କରିଥିଲେ।

ଅଭିଯୋଗ ଅନୁସାରେ, ଚଳିତ ଖରିଫ ଋତୁରେ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକର ୧୨ଟି ପ୍ୟାକ୍ସରେ ଧାନକିଣା ବ୍ୟବସ୍ଥା ହୋଇଥିଲା। ହେଲେ ଟୋକନ ସମସ୍ୟା ଓ ଅନ୍ୟାନ୍ୟ ସମସ୍ୟା ଯୋଗୁ ଏପର୍ଯ୍ୟନ୍ତ ତିନି ଶହରୁ ଅଧିକ ଚାଷୀଙ୍କ ୪୦ ହଜାର ବସ୍ତା ଧାନ ବିକ୍ରି ନହୋଇ ପଡ଼ି ରହିଛି। ଫଳରେ ତରଭା ବ୍ଲକ କୃଷକ ସଂଗଠନ ସଦସ୍ୟ  ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖି ଏକ ସପ୍ତାହ ହେଲା ଧାରଣାରେ ବସିଥିଲେ। ଏହାପରେ ଚାଷୀଙ୍କ ଧାନ କ୍ରୟ କରିବାକୁ ରାଜ୍ୟ ସରକାର ପୁନର୍ବାର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଟୋକନ ପାଇନଥିବାରୁ କିଭଳି ଧାନ ବିକ୍ରି କରିବେ ତାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ଚାଷୀ। ସମସ୍ତ ଧାନ ନକିଣିବା ପର୍ଯ୍ୟନ୍ତ ଏଭଳି ଧାରଣା ଜାରି ରହିବ ବୋଲି କୃଷକ ସଂଗଠନ କହିଛି।

ସୁବର୍ଣ୍ଣପୁର ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କରକରା ଘଟଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story