ହୁସିଆର୍‌! ହାଇୱେରେ ହେଲ୍‌ମେଟ୍‌ ନ ପିନ୍ଧିଲେ ଫସିବେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷର ପ୍ରଥମ ୩ ମାସରେ ରାଜ୍ୟରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି ୧୪%। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ସଡ଼କ ଦୁର୍ଘଟଣା ସମ୍ପର୍କିତ ସମୀକ୍ଷା ବୈଠକରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ସରକାର। ତେବେ ସ୍ଥିତି ସୁଧାରିବା ପାଇଁ ହାଇୱେରେ ହେଲ୍‌ମେଟ୍‌ ଚେକିଂକୁ କଡ଼ାକଡ଼ି କରାଯିବ। ଏହା ସାଙ୍ଗକୁ ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ଟ୍ରାକିଂ ପାଇଁ ମାସେ ଭିତରେ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିବାକୁ […]

Hot day in Bhopal

Hot day in Bhopal

Rakesh Mallick
  • Published: Friday, 27 April 2018
  • Updated: 27 April 2018, 09:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷର ପ୍ରଥମ ୩ ମାସରେ ରାଜ୍ୟରେ ରାସ୍ତା ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଛି ୧୪%। ଯାହାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ସଡ଼କ ଦୁର୍ଘଟଣା ସମ୍ପର୍କିତ ସମୀକ୍ଷା ବୈଠକରେ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ଚିନ୍ତାରେ ପଡ଼ିଯାଇଛନ୍ତି ସରକାର। ତେବେ ସ୍ଥିତି ସୁଧାରିବା ପାଇଁ ହାଇୱେରେ ହେଲ୍‌ମେଟ୍‌ ଚେକିଂକୁ କଡ଼ାକଡ଼ି କରାଯିବ। ଏହା ସାଙ୍ଗକୁ ବାରମ୍ବାର ନିୟମ ଉଲ୍ଲଂଘନକାରୀଙ୍କ ଟ୍ରାକିଂ ପାଇଁ ମାସେ ଭିତରେ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିବାକୁ ସ୍ଥିର କରିଛନ୍ତି ସରକାର।

ରାଜ୍ୟରେ ସଡ଼କ ସୁରକ୍ଷାର ବାସ୍ତବ ସ୍ଥିତି ଉଦ୍‌ବେଗଜନକ ରହିଛି। ତଥ୍ୟ ଅନୁସାରେ କେବଳ ଗତ ମାସକ ଭିତରେ ପ୍ରତିଦିନ ସଡ଼କ ଦୁର୍ଘଟଣାରେ ୧୫ଟି ଜୀବନ ଯାଇଛି। ସେପଟେ ବର୍ଷକୁ ୧୦ ପ୍ରତିଶତ ହାରରେ ମୁତ୍ୟୁ ସଂଖ୍ୟା କମାଇବାକୁ ସବୁ ରାଜ୍ୟମାନଙ୍କୁ ୨୦୧୫ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶର ବାସ୍ତବ ସ୍ଥିତି କିନ୍ତୁ ଓଡ଼ିଶାରେ ପୂରା ଓଲଟା। କୋର୍ଟଙ୍କ ନିର୍ଦ୍ଦେଶର ପ୍ରଥମ ବର୍ଷରେ ୩ ପ୍ରତିଶତ ମୃତ୍ୟୁ ହାର ବଢ଼ିଥିବା ବେଳେ ୨୦୧୭ରେ ୭ ପ୍ରତିଶତ ବଢ଼ିଥିଲା। ଆଉ ଏବର୍ଷ ପ୍ରଥମ ୩ ମାସରେ ବଢ଼ିଛି ୧୪ ପ୍ରତିଶତ। କେବଳ ମାର୍ଚ୍ଚ ମାସରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪୬୬ ଜଣ। ରାଜ୍ୟର ୧୦ଟି ଜିଲ୍ଲାର ମୃତ୍ୟୁ ହାର ରାଜ୍ୟ ହାରଠାରୁ ଅଧିକ ଥିବା ପରିବହନ କମିଶନର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos