ବିଦ୍ୟୁତ ସଂସ୍ପର୍ଶରେ ବାପ-ଝିଅଙ୍କ ଜୀବନ ଗଲା

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ସଂସ୍ପର୍ଶ ଲାଗିଥିବା ଝିଅକୁ ବଞ୍ଚାଇବାକୁ ଯାଇ ବାପାଙ୍କର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ରେଲୱେ ଷ୍ଟେସନ୍‌ ପଡ଼ାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଆଜି ବରଗଡ଼ ଜିଲ୍ଲାରେ ବର୍ଷା ହୋଇଥିଲା। ବର୍ଷା ପରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତାରେ ପଡ଼ିଥିଲା। ତେବେ ଅଜାଣତରେ ଅରୁଣ ଗୁପ୍ତାଙ୍କ ଝିଅ ମୀନା ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ […]

Rakesh Mallick
  • Published: Saturday, 02 September 2017
  • Updated: 02 September 2017, 10:07 PM IST

Sports

Latest News

ବରଗଡ଼ (ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ସଂସ୍ପର୍ଶ ଲାଗିଥିବା ଝିଅକୁ ବଞ୍ଚାଇବାକୁ ଯାଇ ବାପାଙ୍କର ମୃତ୍ୟୁ ଘଟିଛି। ଏପରି ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ରେଲୱେ ଷ୍ଟେସନ୍‌ ପଡ଼ାରେ ଘଟିଛି। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ।

ଆଜି ବରଗଡ଼ ଜିଲ୍ଲାରେ ବର୍ଷା ହୋଇଥିଲା। ବର୍ଷା ପରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତାରେ ପଡ଼ିଥିଲା। ତେବେ ଅଜାଣତରେ ଅରୁଣ ଗୁପ୍ତାଙ୍କ ଝିଅ ମୀନା ଉକ୍ତ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଝିଅର ଚିତ୍କାର ଶୁଣି ବାପା ଅରୁଣ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ପଡୋଶୀ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲେ। ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ବୁଝାଶୁଝା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos