ମାନବବାଦୀ ସଂଗଠନରେ ସାମିଲ ନ ହେବାରୁ ବାପ-ପୁଅଙ୍କୁ ନିସ୍ତୁକ ମାଡ଼!

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମାନବବାଦୀ ସଂଗଠନରେ ସାମିଲ ନ ହେବାରୁ ଦୁଇଜଣ ନିରୀହ ଆଦିବାସୀଙ୍କୁ ନିସ୍ତୁକ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ଏହା ସହିତ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି। ମାଡ଼ ଖାଇଥିବା ଦୁଇ ବ୍ୟକ୍ତି ସମ୍ପର୍କରେ ବାପ-ପୁଅ । ସୂଚନା ଅନୁଯାୟୀ,  ବୋଲଗଡ଼ ବ୍ଲକର କଡ଼ବ ଗାଁର ଏହି ବାପ ଓ ପୁଅଙ୍କୁ ଏକ ମାନବବାଦୀ ସଂଗଠନ ପକ୍ଷରୁ ସେମାନଙ୍କ ସଂଗଠନରେ ସାମିଲ ହେବା […]

attack-2

attack-2

Tapaswini Nayak
  • Published: Friday, 27 August 2021
  • Updated: 27 August 2021, 02:36 PM IST

Sports

Latest News

ଖୋର୍ଦ୍ଧା (ଓଡ଼ିଶା ରିପୋର୍ଟର): ମାନବବାଦୀ ସଂଗଠନରେ ସାମିଲ ନ ହେବାରୁ ଦୁଇଜଣ ନିରୀହ ଆଦିବାସୀଙ୍କୁ ନିସ୍ତୁକ ମାଡ଼ ମରା ଯାଇଥିବା ଅଭିଯୋଗ ହୋଇଛି। ଏହା ସହିତ ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଘଟଣାଟି ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡ଼ିଛି। ମାଡ଼ ଖାଇଥିବା ଦୁଇ ବ୍ୟକ୍ତି ସମ୍ପର୍କରେ ବାପ-ପୁଅ ।

ସୂଚନା ଅନୁଯାୟୀ,  ବୋଲଗଡ଼ ବ୍ଲକର କଡ଼ବ ଗାଁର ଏହି ବାପ ଓ ପୁଅଙ୍କୁ ଏକ ମାନବବାଦୀ ସଂଗଠନ ପକ୍ଷରୁ ସେମାନଙ୍କ ସଂଗଠନରେ ସାମିଲ ହେବା ପାଇଁ କୁହାଯାଇଥିଲା। ହେଲେ ସେମାନେ ସଂଗଠନରେ ସାମିଲ ନ ହେବାରୁ ନୃଶଂସ ଭାବେ ମାଡ଼ ମରାଯାଇଥିଲା।

ପୀଡ଼ିତ କହିଛନ୍ତି ,“ସକାଳ ପ୍ରାୟ ୧୦ଟା ସମୟରେ ମୋତେ ଓ ମୋ ପୁଅକୁ ସେମାନେ ଡାକି ନେଇଥିଲେ। ବାଟରେ ଆଣ୍ଠୁ ମାଡ଼ି ବସିବାକୁ କହିଥିଲେ। ତା’ପରେ ଆମକୁ ଏକ କୋଠଘରକୁ ନେଇଯାଇ ଦେହରୁ କପଡ଼ା କାଢ଼ି ଦେଇ ମାଡ଼ ମାରିଥିଲେ।”

ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ।  ଯଦି ଏ ସମ୍ପର୍କିତ ଅଭିଯୋଗ ଆସେ ତେବେ ତଦନ୍ତ କରି  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଖୋର୍ଦ୍ଧା ଏସପି ରାଜ କିଶୋର ଦୋରା କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଏହି ମାନବବାଦୀ ସଂଗଠନ ପକ୍ଷରୁ କରଡ଼ଗାଡ଼ିଆ ଗାଁରେ ଜଣେ ଲୋକଙ୍କୁ ପିଟିପିଟି ମାରି ଦିଅଯାଇଥିବା ଅଭିଯୋଗ ହୋଇଥିଲା।  ସେହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos