ଗାଧୋଇବାକୁ ଯାଇ ନଦୀରେ ବୁଡ଼ିଗଲେ ବାପପୁଅ

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ କଣ୍ଟିପୁର ବ୍ରିଜ ନିକଟରୁ ଗତକାଲିଠାରୁ ନିଖୋଜ ହୋଇଯାଇଥିବା ବାପାପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସରୋଜ ବଳ (୩୨) ଓ ପୁଅ ଆୟସ (୭)। ଗତକାଲି ସନ୍ଧ୍ୟାରେ ଖରସ୍ରୋତା ନଦୀର ବାଇଟାଙ୍ଗି ମଠ ନିକଟରେ ବାପାପୁଅ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି କଲା ପରେ ବି ସେମାନଙ୍କ ସନ୍ଧାନ ମିଳି ନଥିଲା। ଆଜି ଅଗ୍ନିଶମ ବାହିନୀ କର୍ମଚାରୀମାନେ ନଦୀରେ ଖୋଜା ଖୋଜି […]

death

death

Tapaswini Nayak
  • Published: Thursday, 02 May 2019
  • Updated: 02 May 2019, 01:53 PM IST

Sports

Latest News

ଯାଜପୁର (ଗୁଲାମ ଗସ୍‌): ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ କଣ୍ଟିପୁର ବ୍ରିଜ ନିକଟରୁ ଗତକାଲିଠାରୁ ନିଖୋଜ ହୋଇଯାଇଥିବା ବାପାପୁଅଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେମାନେ ହେଲେ ସରୋଜ ବଳ (୩୨) ଓ ପୁଅ ଆୟସ (୭)।

ଗତକାଲି ସନ୍ଧ୍ୟାରେ ଖରସ୍ରୋତା ନଦୀର ବାଇଟାଙ୍ଗି ମଠ ନିକଟରେ ବାପାପୁଅ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲେ। ବହୁ ଖୋଜାଖୋଜି କଲା ପରେ ବି ସେମାନଙ୍କ ସନ୍ଧାନ ମିଳି ନଥିଲା। ଆଜି ଅଗ୍ନିଶମ ବାହିନୀ କର୍ମଚାରୀମାନେ ନଦୀରେ ଖୋଜା ଖୋଜି କରି କଣ୍ଟିପୁର ବ୍ରିଜ୍‌ ନିକଟରୁ ଉଭୟଙ୍କ ମୃତଦେହକୁ ଉଦ୍ଧାର କରିଥିଲେ।

ପୁଲିସ୍‌ ବାପପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos