ଜଗା-କାଳିଆଙ୍କ ବାପାଙ୍କ ପ୍ରଶ୍ନ, ଆମେ କେବେ ଘରକୁ ଯିବୁ

ନୂଆଦିଲ୍ଲୀ (ଶିବାନନ୍ଦ ରାଉତ): “ଜଗା ସୁସ୍ଥ ହୋଇଗଲାଣି। କାଳିଆକୁ ସୁସ୍ଥ ହେବା ପାଇଁ ସମୟ ଲାଗିବ ବୋଲି ଡାକ୍ତର କହୁଛନ୍ତି। ତେଣୁ ତାକୁ ଓଡ଼ିଶା ନେଇଯିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ହେଲେ ରାଜ୍ୟ ସରକାର ଆମକୁ (ଓଡ଼ିଶା) ନେବାର ନାଁ ଧରୁନାହାନ୍ତି। ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି।” ଏକଥା କହିଛନ୍ତି ସରକାରୀ ବିଧି ବ୍ୟବସ୍ଥା ଭିତରେ ଅଣନିଃଶ୍ୱାସୀ ଅନୁଭବ କରୁଥିବା ଜଗା-କାଳିଆଙ୍କ ବାପା ଭୂୟାଁ କହଁର। କାରଣ ଦୁଇ ଭାଇ ପୃଥକ୍‌ ହେବାକୁ ୨ […]

aims,,,

aims,,,

Tapaswini Nayak
  • Published: Tuesday, 30 July 2019
  • Updated: 30 July 2019, 08:16 PM IST

Sports

Latest News

ନୂଆଦିଲ୍ଲୀ (ଶିବାନନ୍ଦ ରାଉତ): “ଜଗା ସୁସ୍ଥ ହୋଇଗଲାଣି। କାଳିଆକୁ ସୁସ୍ଥ ହେବା ପାଇଁ ସମୟ ଲାଗିବ ବୋଲି ଡାକ୍ତର କହୁଛନ୍ତି। ତେଣୁ ତାକୁ ଓଡ଼ିଶା ନେଇଯିବାକୁ ଡାକ୍ତର ପରାମର୍ଶ ଦେଉଛନ୍ତି। ହେଲେ ରାଜ୍ୟ ସରକାର ଆମକୁ (ଓଡ଼ିଶା) ନେବାର ନାଁ ଧରୁନାହାନ୍ତି। ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି।”

ଏକଥା କହିଛନ୍ତି ସରକାରୀ ବିଧି ବ୍ୟବସ୍ଥା ଭିତରେ ଅଣନିଃଶ୍ୱାସୀ ଅନୁଭବ କରୁଥିବା ଜଗା-କାଳିଆଙ୍କ ବାପା ଭୂୟାଁ କହଁର। କାରଣ ଦୁଇ ଭାଇ ପୃଥକ୍‌ ହେବାକୁ ୨ ବର୍ଷ ବିତିଗଲାଣି। ସେମାନେ ସୁସ୍ଥ ହେବା ପରେ ଡିସଚାର୍ଜ ପାଇଁ ଗ୍ରୀନ ସିଗନାଲ୍ ଦେଇସାରିଲାଣି ଦିଲ୍ଲୀ ଏମ୍‌ସ୍‌। ଅଥଚ ଘରକୁ ଫେରିବାକୁ ଚାହୁଁଥିଲେ ମଧ୍ୟ ରାଜ୍ୟ ସରକାର ଦିନ ଗଡ଼ାଇ ଚାଲିଥିବା ଭୂୟାଁ ଅଭିଯୋଗ କରିଛନ୍ତି।

ତାଙ୍କ କହିବା କଥା, ୨ ବର୍ଷ ହେଲାଣି ଗାଁରେ ବୁଢ଼ା ବାପା-ମା ଓ ଅନ୍ୟ ୨ ଛୋଟ ଛୁଆ ଦୁଃଖକଷ୍ଟରେ ଅଛନ୍ତି। ସେମାନଙ୍କର ପାଠପଢ଼ା ମଧ୍ୟ ବନ୍ଦ ହେଲାଣି। ଦିଲ୍ଲୀ ଏମ୍‌ସରେ ଥିବା NGO ସଦସ୍ୟ ବି ପଳାଇଲେଣି। ଅଥଚ ଆଜି କାଲି କହି ରାଜ୍ୟ ସରକାର ତାଙ୍କୁ ଭୁଆଁ ବୁଲାଉଥିବା ବେଳେ ମେଡିକାଲ୍ ଭିତରେ ସେମାନେ ଏକୁଟିଆ ପଡ଼ିଯାଇଥିବା କହିଛନ୍ତି ଭୂୟାଁ।

୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ପରେ ଅଭିଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା ସଫଳତାର ସହ ଅସ୍ତ୍ରୋପଚାର କରି ଦୁଇ ଶିଶୁଙ୍କୁ ଅଲଗା କରାଯାଇଥିଲା। ଇତିମଧ୍ୟରେ ସୁସ୍ଥ ହୋଇ ମେଡିକାଲ ପରିସରରେ ଫୁର୍ତ୍ତିରେ ଖେଳୁଛନ୍ତି ଓ ବୁଲୁଛନ୍ତି ଦୁଇ ଭାଇ।

ଶେଷ ଥର ପାଇଁ ଗତ ଜୁନ ୨୯ରେ ଦିଲ୍ଲୀ ଏମ୍‌ସ ଯାଇ ଉଭୟ ଶିଶୁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିଥିଲେ ଜାତୀୟ ସ୍ୱାସ୍ଥ୍ୟ ମିଶନର ରାଜ୍ୟ ନିର୍ଦ୍ଦେଶକ ଶାଳିନୀ ପଣ୍ଡିତ। ଖୁବ୍‌ଶୀଘ୍ର ଦୁଇ ଶିଶୁଙ୍କୁ ଫେରାଇ ଅଣାଯିବ ବୋଲି ସେହି ସମୟରେ ସେ ସୂଚନା ଦେଇଥିଲେ। ନିଜ ଉପରୁ ଦୋଷ ଖସାଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି, ଦୁଇ ଭାଇଙ୍କୁ ଦିଲ୍ଲୀ ଏମ୍‌ସ ଭୁବନେଶ୍ୱର ଏମ୍‌ସକୁ ଟ୍ରାନ୍ସଫର କରିବାକୁ ଚାହୁଁଛି। ହେଲେ ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ଏଯାଏ ଅନୁମତି ଦେଇନାହାନ୍ତି। ତେବେ ଏନେଇ ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି।

୨୦୧୭ରେ ଯୋଡ଼ାମୁଣ୍ଡ ଅବସ୍ଥାରେ ଥିବାବେଳେ କନ୍ଧମାଳର ଏହି ଦୁଇଶିଶୁ ଜଗାକାଳିଆଙ୍କ ସମ୍ପର୍କରେ ପ୍ରଥମେ ଖବର ପ୍ରସାରଣ କରିଥିଲା ଓଟିଭି। ଏହାପରେ ରାଜ୍ୟ ସରକାର ତତ୍ପରତା ଦେଖାଇ ଉଭୟ ଶିଶୁଙ୍କୁ ଦିଲ୍ଲୀ ଏମ୍‌ସକୁ ପଠାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story