ଦ୍ୱିତୀୟ ବାହା ହେବା ପାଇଁ ଯାଉଥିଲେ ୫ ପିଲାର ବାପା, ଆଉ ତା’ପରେ...

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ୫ ପିଲାର ବାପା ଚକ୍ରଧର କୁମ୍ଭାର। ତାଙ୍କର ପତ୍ନୀ ମଧ୍ୟ ଅଛନ୍ତି। ଏହା ସତ୍ତ୍ୱେ ସେ ନାଁ ବଦଳାଇ ଆଉ ଜଣେ ଯୁବତୀଙ୍କୁ ବାହା ହେବାକୁ ଯାଉଥିଲେ। ପୁଲିସ ଭୟରେ ବରଯାତ୍ରୀଙ୍କୁ ଅଧା ରାସ୍ତାରେ ଛାଡ଼ି ଫେରାର ହୋଇଯାଇଛି। ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏବେ ଚକ୍ରଧରଙ୍କୁ ଖୋଜୁଛି। ଦେଓଗାଁ ରେଲୱେ ଷ୍ଟେସନ ନିକଟରେ ରୁହନ୍ତି ଚକ୍ରଧର କୁମ୍ଭାର। ସେ ରେଲୱେରେ ଚାକିରି କରନ୍ତି। […]

marriage

marriage

Tapaswini Nayak
  • Published: Friday, 24 July 2020
  • Updated: 24 July 2020, 07:38 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ୫ ପିଲାର ବାପା ଚକ୍ରଧର କୁମ୍ଭାର। ତାଙ୍କର ପତ୍ନୀ ମଧ୍ୟ ଅଛନ୍ତି। ଏହା ସତ୍ତ୍ୱେ ସେ ନାଁ ବଦଳାଇ ଆଉ ଜଣେ ଯୁବତୀଙ୍କୁ ବାହା ହେବାକୁ ଯାଉଥିଲେ। ପୁଲିସ ଭୟରେ ବରଯାତ୍ରୀଙ୍କୁ ଅଧା ରାସ୍ତାରେ ଛାଡ଼ି ଫେରାର ହୋଇଯାଇଛି। ଏପରି ଘଟଣା ବଲାଙ୍ଗିର ଜିଲ୍ଲାରେ ଘଟିଛି। ପ୍ରଥମ ପତ୍ନୀଙ୍କ ଅଭିଯୋଗ ଆଧାରରେ ପୁଲିସ ଏବେ ଚକ୍ରଧରଙ୍କୁ ଖୋଜୁଛି।

ଦେଓଗାଁ ରେଲୱେ ଷ୍ଟେସନ ନିକଟରେ ରୁହନ୍ତି ଚକ୍ରଧର କୁମ୍ଭାର। ସେ ରେଲୱେରେ ଚାକିରି କରନ୍ତି। ପୂର୍ବରୁ ସେ ଜାହ୍ନବୀ କୁମ୍ଭାରଙ୍କୁ ବିବାହ କରିଥିଲେ। ତାଙ୍କର ପାଞ୍ଚଟି ଝିଅର ରହିଛି। ହେଲେ ପୁଅଟିଏ ନଥିଲା। ଯେଉଁଥିପାଇଁ ମାନସିକ ଚାପରେ ଥିଲେ ଚକ୍ରଧର। ତେଣୁ ସେ ଦ୍ୱିତୀୟ ବିବାହ କରିବା ପାଇଁ ଯୋଜନା କରିଥିଲେ।

ପ୍ରଥମ ପତ୍ନୀଙ୍କୁ ନଜଣାଇ ଚକ୍ରଧର ବଲାଙ୍ଗିର ଶାନ୍ତିପଡାର ଜଣେ ଯୁବତୀଙ୍କୁ ବାହା ହେବା ପାଇଁ ସ୍ଥିର କରିଥିଲେ। ଗତକାଲି ଥିଲା ତାଙ୍କର ବାହାଘର। ଚକ୍ରଧର ବରଯାତ୍ରୀଙ୍କୁ ଧରି ଝିଅଘର ଶାନ୍ତିପଡ଼ାକୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ ପ୍ରଥମ ସ୍ତ୍ରୀ ଜାହ୍ନବୀ ପିଲା ଛୁଆଙ୍କୁ ଧରି ଟାଉନଥାନାରେ ପହଞ୍ଚି ଥିଲେ। ଏନେଇ ଲିଖିତ ଅଭିଯୋଗ କରିଥିଲେ। ଜାହ୍ନବୀଙ୍କ ଅଭିଯୋଗ ଆଧାରରେ ପୁଲିସ ଟିମ୍ ଚକ୍ରଧର ଦ୍ୱିତୀୟ ବିବାହ ହେଉଥିବା ଝିଅ ଘରେ ପହଞ୍ଚି ଥିଲା। ସେହି ସମୟରେ ଝିଅ ଘର ଲୋକେ ବରକୁ ସ୍ୱାଗତ କରିବା ପାଇଁ କଳସ ବସାଇ ଦୀପ ଜାଳୁ ଥିଲେ। ପୁଲିସକୁ ଝିଅ ଘର ଲୋକଙ୍କ ଅକଲ ଗୁଡ଼ୁମ ହୋଇ ଯାଇଥିଲା।

ଝିଅ ଘରେ ପୁଲିସ ପହଞ୍ଚିବା ନେଇ ଖବର ପାଇବା ପରେ ଚକ୍ରଧର ବରଯାତ୍ରୀଙ୍କୁ ଅଧା ରାସ୍ତାରେ ଛାଡ଼ି ଚମ୍ପଟ ମାରିଥିଲା। ଏବେ ସୁଦ୍ଧା ତାଙ୍କ ପର୍ତ୍ତା ମିଳୁନି। ଚକ୍ରଧର ନିଜ ନାଁ କୁ ବଦଲାଇ ଚନ୍ଦନ ନାମରେ ବାହା ହେଉଥିବା ଜଣାପଡିଛି।

ଏ ସଂର୍ପକରେ ଟାଉନ ଥାନା ପୁଲିସ କିମ୍ୱା ଝିଅ ଘର ଲୋକଙ୍କ ମତାମତ ମିଳିପାରି ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story