ପୁଅ ବାହାଘର ପାଇଁ ବାଜୁଥିଲା ଡିଜେ, ଟଳି ପଡ଼ିଲେ ବାପା

ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ପୁଅ ବିବାହ ପାଇଁ ବାପା ଦେଖିଥିଲେ ଅନେକ ସ୍ୱପ୍ନ। ଏଥିପାଇଁ ଦିଲ୍ଲୀରୁ ମାଲକାନଗିରିକୁ ଧାଇଁ ଆସିଥିଲେ। କିନ୍ତୁ ହଠାତ୍ କଳା ବାଦଲ ଘୋଟି ଆସିଥିଲା। ବରଯାତ୍ରୀ ବାହାରିଲା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଲା। ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହେନ୍ଦ୍ର ରୋହିଲା। ତାଙ୍କ ଘର ଦିଲ୍ଲୀରେ। ମହେନ୍ଦ୍ରଙ୍କ ପୁଅ ଅଙ୍କିତ ମାଲକାନଗିରିର ଜଣେ ଝିଅକୁ ଫେସବୁକ୍‌ରେ ଭଲ ପାଇ ବସିଥିଲେ। ଦୁହିଁଙ୍କ ପରିବାର ସହମତିରେ […]

Malkangiri

Malkangiri

Tapaswini Nayak
  • Published: Thursday, 21 April 2022
  • Updated: 21 April 2022, 02:18 PM IST

Sports

Latest News

ଚିତ୍ରକୋଣ୍ଡା(ଓଡ଼ିଶା ରିପୋର୍ଟର): ପୁଅ ବିବାହ ପାଇଁ ବାପା ଦେଖିଥିଲେ ଅନେକ ସ୍ୱପ୍ନ। ଏଥିପାଇଁ ଦିଲ୍ଲୀରୁ ମାଲକାନଗିରିକୁ ଧାଇଁ ଆସିଥିଲେ। କିନ୍ତୁ ହଠାତ୍ କଳା ବାଦଲ ଘୋଟି ଆସିଥିଲା। ବରଯାତ୍ରୀ ବାହାରିଲା ବେଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଲା। ଏଭଳି ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ମହେନ୍ଦ୍ର ରୋହିଲା। ତାଙ୍କ ଘର ଦିଲ୍ଲୀରେ।

ମହେନ୍ଦ୍ରଙ୍କ ପୁଅ ଅଙ୍କିତ ମାଲକାନଗିରିର ଜଣେ ଝିଅକୁ ଫେସବୁକ୍‌ରେ ଭଲ ପାଇ ବସିଥିଲେ। ଦୁହିଁଙ୍କ ପରିବାର ସହମତିରେ ଉଭୟଙ୍କ ବିବାହ ଠିକ୍‌ ହୋଇଥିଲା। ଗତକାଲି ବିବାହ ଥିଲା। ଏଥିପାଇଁ  ଅଙ୍କିତଙ୍କ ପରିବାର ଲୋକେ ଦିଲ୍ଲୀରୁ ଆସି ମାଲିକାନଗିରିର ଏକ ହୋଟେଲରେ ରହିଥିଲେ। ଗତକାଲି ରାତିରେ ବରଯାତ୍ରୀ ଡିଜେ ବଜାଇ କନ୍ୟା ଘରକୁ  ବାହାରିଥିଲେ। ମହେନ୍ଦ୍ର ମଧ୍ୟ ନୂଆ ଡ୍ରେସ ପିନ୍ଧି  କନ୍ୟା ଘରକୁ ଯିବାକୁ ପ୍ରସ୍ତୁତ ହୋଇଯାଇଥିଲେ। କିଛି ସମୟ ଭିତରେ ସବୁ ଓଲଟପାଲଟ ହୋଇଯାଇଥିଲା।   ମହେନ୍ଦ୍ର ହଠାତ୍‌ ତଳେ ପଡ଼ିଯାଇଥିଲେ। ତାଙ୍କୁ ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ବାପାଙ୍କ ମୃତ୍ୟୁ ପରେ ଅଙ୍କିତ(ବର) ଝିଅ ଘରକୁ ଯାଇ ତାଙ୍କ ସାଙ୍ଗରେ କନ୍ୟାକୁ ଆଣିବାକୁ ଅଡ଼ି ବସିଥିଲେ। ହେଲେ ସ୍ଥାନୀୟ ଲୋକେ ଏହାକୁ ବାରଣ କରିଥିଲେ। ଏହାକୁ ନେଇ  କନ୍ୟା ଓ ବର ପକ୍ଷ ଲୋକଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ମାମଲା ଥଣ୍ଡା ପଡ଼ିଥିଲା। ତେବେ ଅଙ୍କିତଙ୍କ ବିବାହ ଉକ୍ତ ଯୁବତୀଙ୍କ ସହ ହେବକି ନାହିଁ  ତାହା ଜଣାପଡ଼ିନାହିଁ।  

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos