ଝାଡ଼ାବାନ୍ତି ଉଜାଡ଼ିଦେଲା ସଂସାର, ପ୍ରଥମେ କୋଳ ଖାଲି ହେଲା, ପରେ ସିନ୍ଦୂର ଗଲା 

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ନିଷ୍ଠୁର ହେଲା ଦଇବ। ଆଖି ପିଛୁଳାକେ ଉଜୁଡ଼ିଗଲା ସୁନାର ସଂସାର। ପ୍ରଥମେ ମା’ର କୋଳ ଖାଲିକରି ଚାଲିଗଲା ଭେଣ୍ଡିଆ ପୁଅ। ପୁଅର ଯିବାର ୨ ଦିନ ପରେ ସ୍ତ୍ରୀ ମୁଣ୍ଡରୁ ଲିଭିଗଲା ସିନ୍ଦୁର। ଭେଣ୍ଡିଆ ପୁଅ ଓ ସ୍ୱାମୀକୁ ହରାଇ ଆତ୍ମହରା ହୋଇପଡ଼ିଛି ମା’। ପୁଅ ଓ ସ୍ୱାମୀଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ବୃଦ୍ଧ ମା’। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ୧୩ ନମ୍ବର ୱାର୍ଡର ଦେବାଡ଼ିହିରେ। […]

jarasuguda

jarasuguda

Tapaswini Nayak
  • Published: Saturday, 30 July 2022
  • Updated: 30 July 2022, 01:38 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ନିଷ୍ଠୁର ହେଲା ଦଇବ। ଆଖି ପିଛୁଳାକେ ଉଜୁଡ଼ିଗଲା ସୁନାର ସଂସାର। ପ୍ରଥମେ ମା’ର କୋଳ ଖାଲିକରି ଚାଲିଗଲା ଭେଣ୍ଡିଆ ପୁଅ। ପୁଅର ଯିବାର ୨ ଦିନ ପରେ ସ୍ତ୍ରୀ ମୁଣ୍ଡରୁ ଲିଭିଗଲା ସିନ୍ଦୁର। ଭେଣ୍ଡିଆ ପୁଅ ଓ ସ୍ୱାମୀକୁ ହରାଇ ଆତ୍ମହରା ହୋଇପଡ଼ିଛି ମା’। ପୁଅ ଓ ସ୍ୱାମୀଙ୍କୁ ମନେ ପକାଇ ଗୁମୁରି ଗୁମୁରି କାନ୍ଦୁଛି ବୃଦ୍ଧ ମା’। ଏପରି ହୃଦୟ ବିଦାରକ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲାର ୧୩ ନମ୍ବର ୱାର୍ଡର ଦେବାଡ଼ିହିରେ। ଝାଡ଼ାବାନ୍ତିରେ ପ୍ରଥମେ ପୁଅର ମୃତ୍ୟୁ ଘଟିଥିବା ବେଳେ ପୁଅ ମୃତ୍ୟୁର ୨ ଦିନ ପରେ ଝାଡ଼ାବାନ୍ତିରେ ବାପାର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଆକୁର ପ୍ରଧାନ(୪୦) ଓ ବାପା ପିତା ଶ୍ରୀପ୍ରସାଦ ପ୍ରଧାନ(୬୫) ବର୍ଷ।

ଆକୁର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଆକୁରଙ୍କର ମୃତ୍ୟୁ ଘଟିଥିଲା। ପୁଅର ଶବ ସଂସ୍କାର କରି ଆସିଲା ପରେ ଶ୍ରୀପ୍ରସାଦ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ।  ଗତକାଲି ରାତିରେ ଶ୍ରୀପ୍ରସାଦଙ୍କ ମୃତ୍ୟୁ ଘଟିଥିଲା।

ଝାରସୁଗୁଡ଼ା ଜିଲ୍ଲାର ଲିଟିପଡ଼ା, ପାନ୍ନପଡା ଓ ବଇଦପଡ଼ାର ୧୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୫ ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟମାନେ ଘରେ ଅଛନ୍ତି। ଘଟଣାସ୍ଥଳକୁ ମେଡିକାଲ୍ ଟିମ୍ ପଠାଯାଇଥିବା ଝାରସୁଗୁଡା ସିଡିଏମ୍ଓ କହିଛନ୍ତି। ମେଡିକାଲ ଟିମ୍‌ ଯାଞ୍ଚ କରିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ସିଡିଏମ୍ଓ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos