ଫେବୃୟାରୀ ପ୍ରଥମ ସପ୍ତାହରେ ସୁପ୍ରିମକୋର୍ଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ପରବର୍ତ୍ତୀ ଶୁଣାଣି

ନୂଆଦୀଲ୍ଲି: ସୁପ୍ରିମକୋର୍ଟରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁୟାରୀ ପ୍ରଥମ ସପ୍ତାହରେ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଛି। ଚଳିତମାସରେ ମାମଲାର ଶୁଣାଣି କରାଯିବାକୁ ଅନୀଲ ଅଗ୍ରୱାଲ ଫ।ଉଣ୍ଡେସନ ପକ୍ଷରୁ ଆବେଦନ କରାଯାଇଥିଲା। ଏହି ମଧ୍ୟବର୍ତ୍ତୀ କାଳୀନ ଆବେଦନ ସୁପ୍ରିମକୋର୍ଟରେ ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ ଗ୍ରହଣ କରିଛନ୍ତି। ଏଥିସହ ୨୦୧୧ରେ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ସୁପ୍ରିମକୋର୍ଟରେ କାଏମ ରହିଛି।