ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ: ଏସ୍‌ସି ସହ ଅନେକ ଜିନିଷପତ୍ର ପୋଡ଼ିଗଲା

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ନୂଆ ବିଲିଡିଂରେ ଥିବା ମେଡିସିନ୍  ଓ୍ୱାର୍ଡର ଡାକ୍ତର ଚ୍ୟାମ୍ବରରେ ନିଆଁ ଲାଗିଥିଲା। ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି। ନିଆଁ ଲାଗିବା ଦ୍ୱାରା ଏସ୍‌ସି  ପୋଡି ଯିବା ସହ ଅନେକ ଜିନିଷପତ୍ର ପୋଡ଼ି ନଷ୍ଟ ହୋଇଯାଇଛି।