ସନ୍ଦେହ ଘେରରେ ଅଚ୍ୟୁତଙ୍କ ‘କିସ୍’! କୁଆଡ଼େ ଗଲେ ରାମଚନ୍ଦ୍ର, ମାଆ ଦେଲେ ଏତଲା

ମାଲକାନଗିରି (ଓଡ଼ିଶା ରିପୋର୍ଟର): କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣାରେ ଥାନାରେ ହେଲା ଏତଲା। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ବୁଦାଇ ମାନ୍ଦ୍ରା ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି। ବୁଦାଇ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶ୍ରୁତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲା। ହେଲେ […]

KISS

KISS

Rakesh Mallick
  • Published: Saturday, 28 April 2018
  • Updated: 28 April 2018, 07:59 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର): କିସ୍‌ରୁ ବଣ୍ଡା ଛାତ୍ର ନିଖୋଜ ଘଟଣାରେ ଥାନାରେ ହେଲା ଏତଲା। ନିଖୋଜ ବଣ୍ଡା ଛାତ୍ର ରାମଚନ୍ଦ୍ର ମାନ୍ଦ୍ରାଙ୍କ ମାଆ ବୁଦାଇ ମାନ୍ଦ୍ରା ଆଜି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ବୁଦାଇ ଅଭିଯୋଗ କରିଛନ୍ତି, ୨୦୧୨ ମସିହାରେ କିସ୍ ଶିକ୍ଷାନୁଷ୍ଠାନ ଓ ବଣ୍ଡା ଉନ୍ନୟନ ସଂସ୍ଥା ପାଠ ପଢ଼ାଇବାର ପ୍ରତିଶ୍ରୁତି ଦେଇ ତାଙ୍କ ସାନ ପୁଅକୁ ନେଇଥିଲେ। ପ୍ରତିବର୍ଷ ଖରା ଛୁଟିରେ ରାମଚନ୍ଦ୍ର ଘରକୁ ଆସୁଥିଲା। ହେଲେ ୨୦୧୫ ମସିହାରେ ନବମ ଶ୍ରେଣୀ ପରୀକ୍ଷା ଦେଇ ଆଉ ଘରକୁ ଫେରିନଥିଲା ରାମ। ନିଖୋଜ ହୋଇଯାଇଥିବା ଶୁଣି ବ୍ୟତିବ୍ୟସ୍ତ ହୋଇ ତାଙ୍କ ବଡ଼ ପୁଅ କିସ୍କୁ ବୁଝାବୁଝି କରିବା ପାଇଁ ଭୁବନେଶ୍ୱର ଯାଇଥିଲା। ହେଲେ ସେ ସେଠାରୁ ନିରାଶ ହୋଇ ଫେରିଥିଲା। ଏମିତିକି କିସ୍ କର୍ତ୍ତୃପକ୍ଷ ତାଙ୍କ ବଡ଼ ପୁଅଙ୍କୁ କୌଣସି ପ୍ରକାର ସୂଚନା କିମ୍ବା ସହଯୋଗ କରିନଥିବା ଅଭିଯୋଗ କରିଛନ୍ତି ବୁଦାଇ ମାନ୍ଦ୍ରା ଏହି ଘଟଣାରେ ଦୁଇ ଦିନ ତଳେ ପ୍ରତିକ୍ରିୟା ରଖି ଶିକ୍ଷାନୁଷ୍ଠାନରୁ ଛାତ୍ର ନିଖୋଜ ଅଭିଯୋଗକୁ ଅସ୍ୱୀକାର କରିଥିଲା କିସ୍।  ଛାତ୍ର ଜଣକ ଖରା ଛୁଟିରେ ଘରକୁ ଯାଇ ପାରିବାରିକ ଝଗଡ଼ା ପରେ କେଉଁ ଚାଲିଯାଇଥିବା କହିଥିଲେ କର୍ତ୍ତୃପକ୍ଷ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos