କଟକ ଶିଶୁ ଭବନରେ ଅଗ୍ନିକାଣ୍ଡ

କଟକ(ଓଡ଼ିଶା ରିପୋର୍ଟର): କଟକ ଶିଶୁଭବନରେ ଆଜି ବିଦ୍ୟୁତ ସର୍ଟ ସର୍କିରୁ ଅଗ୍ନିକାଣ୍ଡ ଘଟିଛି। ତେବେ ନିଆଁ ଲାଗିବା କ୍ଷଣି ଏହାକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇ ନଥିବା ଜଣାପଡ଼ିଛି। କିନ୍ତୁ ଏହି ଘଟଣା ପରେ ପରେ ସାମୟିକ ଭାବେ ଡାକ୍ତରଖାନାର ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଛି।

୨୦୧୫ ମସିହାରେ ଶିଶୁଭବନର ନ୍ୟୁ ବର୍ଣ୍ଣ ୱାର୍ଡରେ ନିଆଁ ଲାଗିଥିଲା। ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିଲା। ନ୍ୟୁ ବର୍ଣ୍ଣ ୱାର୍ଡର ୱାର୍ମର୍ ଲାଇଟର ହୋଲଡରରେ ସର୍ଟସର୍କିଟରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ସେହି ନିଆଁ ଧୀରେ ଧୀରେ ୱାର୍ଡର ଅନ୍ୟ ସ୍ଥାନକୁ ନିଆଁ ବ୍ୟାପୀ ଯାଇଥିଲା।

ଏହି ସମୟରେ ୱାର୍ଡରେ ଥିବା ସମସ୍ତ ୨୦ ଜଣ ଶିଶୁଙ୍କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିଲା। ଏଥିରେ ୱାର୍ଡ ଭିତରେ ଥିବା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି ପୋଡ଼ି ନଷ୍ଟ ହୋଇ ଯାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।