ଦମ୍ପତିଙ୍କ କଳହର କରୁଣ ପରିଣତି, ପୋଡ଼ି ହୋଇ ସ୍ତ୍ରୀର ମୃତ୍ୟୁ, ଜଳିଗଲା ଘର

କେନ୍ଦୁଝର: କେନ୍ଦୁଝରରେ ଅଭାବନୀୟ ଘଟଣା। ସ୍ୱାମୀ-ସ୍ତ୍ରୀ କଳିର କରୁଣ ପରିଣତିରେ ଚାଲିଗଲା ଜୀବନ। ପୋଡ଼ି ହୋଇ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସ୍ୱାମୀଙ୍କ ସହ କଳିରୁ ସ୍ତ୍ରୀ କିରୋସିନି ଢ଼ାଳି ପୋଡ଼ି ହୋଇଥିବା ଜଣାପଡ଼ିଛି। ଆଜି ବିଳମ୍ବିତ ସନ୍ଧ୍ୟାରେ ଏହି ଘଟଣା ଘଟିଛି।  ନିଆଁର ପ୍ରକୋପରେ ଅଢ଼େଇ ବଖରା ଘର ମଧ୍ୟ ଜଳିଯାଇଛି। ହରିଚନ୍ଦନପୁର ଥାନା ଆଇଆଇସି ଏହି ସୂଚନା ଦେଇଛନ୍ତି। ଘଟଣାର ପୋଲିସ ତଦନ୍ତ ଜାରି ରଖିଛି।