ଜଳିଗଲେ ଯୁକ୍ତଦୁଇ ଛାତ୍ରୀ

ଯାଜପୁର(ଓଡ଼ିଶା ରିପୋର୍ଟର): ଯାଜପୁର ଜିଲ୍ଲା ବାଣପୁର ଗାଁରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ନିତ୍ୟାନନ୍ଦ ଜେନାଙ୍କ ୬ ବଖରା ପାଉଁଶ ହୋଇଯାଇଥିବା ବେଳେ ଯୁକ୍ତ ଦୁଇରେ ପଢ଼ୁଥିବା ଝିଅ ସ୍ମିତାରାଣୀ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଛାତ୍ରୀ ଜଣକ ଘର ଭିତରେ ଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ କର୍ମଚାରୀମାନେ ଖବର ପାଇ ଘଟଣାର ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘର ଭିତରୁ ସ୍ମିତାରାଣୀଙ୍କ ଦର ପୋଡ଼ା ମୃତଦେହ ଉଦ୍ଧାର କରିଥିଲା। ଏହାକୁ ପରିବାରରେ ଶୋକର ଛାୟା ଖେଳି ଯାଇଛି।