ଢେଙ୍କାନାଳ(ଓଡିଶା ରିପୋର୍ଟର): ଘରେ କଳି କଜିଆ ଲାଗିବା ସାଧାରଣ କଥା । ହେଲେ କଜିଆ ଲାଗି ସ୍ଥିତି ଏମିତି ହେବ ଆପଣ କେବେ ଭାବି ନ ଥିବେ। ଶାଶୂ ବୋହୂ ତ ପୋଡିଲେ ପୋଡିଲେ, ହେଲେ ୮ ମାସର ଛୋଟ ଛୁଆଟା ବି ସେଇ ନିଆଁରେ ପୋଡି କଷ୍ଟ ପାଇଲା। ଏବେ ସ୍ଥିତି ଏମିତି ହୋଇଛି ଯେ, ବଞ୍ଚିବା ଆଶାରେ ପରିବାର ଲୋକେ ଏବେ କଟକ ବଡ ଡାକ୍ତରଖାନାରେ ଥାଟ ପଟାଲି ବାନ୍ଧିଛନ୍ତି।
ଘଟଣାଟି ହେଉଛି ଢେଙ୍କାନାଳ ଜିଲା ଲକ୍ଷ୍ମୀବଜାର ଅଞ୍ଚଳର। ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଏଠାରେ। ଫଳରେ ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଛନ୍ତି । ଅଭିଯୋଗ ଅନୁଯାୟୀ ଶାଶୁ ଓ ବୋହୂ ମଧ୍ୟରେ ପ୍ରଥମେ ଝଗଡା ଲାଗିଥିଲା । ପରେ ଏହି ଘଟଣା ଉଗ୍ରରୂପ ନେଇଥିଲା। କିରୋସିନି ଫିଙ୍ଗାଫିଙ୍ଗି ହୋଇ ଶାଶୂ, ବୋହୂ, ପୁଅ ଓ ୮ମାସର ଶିଶୁ କନ୍ୟା ଗୁରୁତର ହୋଇପଡିଥିଲେ। ୩ ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।