ନିୟମକୁ ଫୁ, ଜବତ ହେଲା ୫ ଲକ୍ଷ ଟଙ୍କାର ବାଣ

କଟକ (ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ପୁଣି ଜବତ ହୋଇଛି ବାଣ। କଟକ ଜିଲ୍ଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ କରିଛି ବିଡ଼ାନାସୀ ପୁଲିସ। ଜବତ ହୋଇଥିବା ବାଣର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ପୁଲିସ ଅଟକ ରଖିଛି। ତାଙ୍କ ନାଁ ବିକ୍ରମ କେଶରୀ। ବିଭିନ୍ନ ସ୍ଥାନରୁ ବାଣ ଆଣି  ନିଜ ଘରେ ରଖିଥିଲେ ବିକ୍ରମ। ସେ ଏଗୁଡ଼ିକୁ କଟକ ସହରରେ […]

CRACKERS

CRACKERS

Tapaswini Nayak
  • Published: Wednesday, 03 November 2021
  • Updated: 03 November 2021, 02:36 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦୀପାବଳି ପୂର୍ବରୁ ପୁଣି ଜବତ ହୋଇଛି ବାଣ। କଟକ ଜିଲ୍ଲା ଗୋପାଳ ସାହିରୁ ବିପୁଳ ପରିମାଣର ବାଣ ଜବତ କରିଛି ବିଡ଼ାନାସୀ ପୁଲିସ। ଜବତ ହୋଇଥିବା ବାଣର ମୂଲ୍ୟ ୫ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହି ଘଟଣାରେ ଜଣଙ୍କୁ ପୁଲିସ ଅଟକ ରଖିଛି। ତାଙ୍କ ନାଁ ବିକ୍ରମ କେଶରୀ।

ବିଭିନ୍ନ ସ୍ଥାନରୁ ବାଣ ଆଣି  ନିଜ ଘରେ ରଖିଥିଲେ ବିକ୍ରମ। ସେ ଏଗୁଡ଼ିକୁ କଟକ ସହରରେ ବିକ୍ରି କରିବାକୁ ଯୋଜନା କରିଥିଲା। ତେବେ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ତାଙ୍କ ଘରେ ଚଢ଼ାଉ କରି ବାଣ ଜବତ କରିଥିଲା।

ସୂଚନାଯୋଗ୍ୟ, ଦୀପାବଳିରେ କେବଳ ସବୁଜ ବାଣ ବିକ୍ରି ପାଇଁ ହାଇକୋର୍ଟଙ୍କ ଠାରୁ ଅନୁମତି ମିଳିଛି। ତାହା ପୁଣି ଦୀପାବଳି ଦିନ ରାତି ୮ଟାରୁ ୧୦ଟା ମଧ୍ୟରେ। ଏହା ସହିତ ପ୍ରଦୂଷଣ ସୃଷ୍ଟି କରୁଥିବା ପାରମ୍ପରିକ ବାଣ ଯେପରି ବିକ୍ରି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ କଟକ କମିଶନରେଟ ପୁଲିସ ବେଆଇନ ବାଣ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos