ରାଜଧାନୀରେ ମଦ ଦୋକାନ ସେଲସମ୍ୟାନଙ୍କୁ ଗୁଳି କରି ଲୁଟ୍‌

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର । ଲୁଟ୍‌, ହତ୍ୟା, ଗୁଳିକାଣ୍ଡ ଭଳି ଘଟଣା ରାଜଧାନୀବାସୀଙ୍କ ନିଦ ଉଡାଇଲାଣି। ଶୁକ୍ରବାର ରାତିରେ ପଳାଶୁଣୀସ୍ଥିତ ଏକ ମଦ ଦୋକାନର ଜଣେ ସେଲ୍ସମ୍ୟାନ୍‌ଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳି କରି ଲୁଟ୍‌ କରିଛନ୍ତି । ସେ ଦାକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଉକ୍ତ ଟଙ୍କା ଲୁଟ୍‌ କରିବାକୁ ଏଭଳି କାଣ୍ଡ ଘଟିଛି ବୋଲି ଜଣାପଡିଛି । ସେଲସମ୍ୟାନ ଜଗବନ୍ଧୁ ସାହୁ ନିଜ ବନ୍ଧୁ […]

Or photo2017-11-11-18h31m52s043

Or photo2017-11-11-18h31m52s043

Rakesh Mallick
  • Published: Saturday, 11 November 2017
  • Updated: 11 November 2017, 06:37 PM IST

Sports

Latest News

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଦିନକୁ ଦିନ ଅଶାନ୍ତ ହୋଇପଡୁଛି ରାଜଧାନୀ ଭୁବନେଶ୍ୱର । ଲୁଟ୍‌, ହତ୍ୟା, ଗୁଳିକାଣ୍ଡ ଭଳି ଘଟଣା ରାଜଧାନୀବାସୀଙ୍କ ନିଦ ଉଡାଇଲାଣି। ଶୁକ୍ରବାର ରାତିରେ ପଳାଶୁଣୀସ୍ଥିତ ଏକ ମଦ ଦୋକାନର ଜଣେ ସେଲ୍ସମ୍ୟାନ୍‌ଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳି କରି ଲୁଟ୍‌ କରିଛନ୍ତି । ସେ ଦାକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଉକ୍ତ ଟଙ୍କା ଲୁଟ୍‌ କରିବାକୁ ଏଭଳି କାଣ୍ଡ ଘଟିଛି ବୋଲି ଜଣାପଡିଛି ।

ସେଲସମ୍ୟାନ ଜଗବନ୍ଧୁ ସାହୁ ନିଜ ବନ୍ଧୁ ନବକିଶୋରଙ୍କୁ ସାଥିରେ ଧରି ଏକ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଦୁର୍ବୃତ୍ତମାନେ ଏକ କଳା ରଙ୍ଗରେ ବାଇକ୍‌ରେ ତାଙ୍କୁ ପିଛା କରିଥିଲେ। ୩ ରାଉଣ୍ଡ ଗୁଳି ଫୁଟିଥିଲା। ଗୋଡ, ହାତ ଓ କାନ୍ଧରେ ଗୁଳିମାଡ ହୋଇଛି। ପ୍ରଥମେ ଜଗବନ୍ଧୁଙ୍କ କାନ୍ଧକୁ ଗୁଳି ମାରଯାଇଥିଲା। ନିଜକୁ ବଞ୍ଚାଇବାକୁ ଯାଇ ଜଗବନ୍ଧୁ ଗାଡି ଜୋର୍‌ରେ ଚଳାଇଥିଲେ ବି ତାଙ୍କ ହାତକୁ ଲକ୍ଷ କରି ଦୁର୍ବୃତ୍ତମାନେ ଆଉ ଏକ ଗୁଳି ଚଳାଇଥିଲେ । ସେ ଗାଡି ଅଟକାଇବା ପରେ ତାଙ୍କ ବନ୍ଧୁଙ୍କ ପାଖରେ ଥିବା ୬ ହଜାର ଟଙ୍କା ନେଇ ସେମାନେ ଚାଲି ଯାଇଥିଲେ। ଦୁର୍ବୃତ୍ତମାନେ ଓଡିଆରେ କଥା ହଉଥିଲେ ବୋଲି ଡାକ୍ତରଖାନାରେ ଚିକିତ୍ସତ ହେଉଥିବା ଜଗବନ୍ଧୁ କହିଛନ୍ତି ।

ପୋଲିସ ଘଟଣାର ଖୋଲତାଡ଼ ଆରମ୍ଭ କରିଛି । ଘଟଣା ସମ୍ପର୍କରେ ଉଭୟ ଜଗବନ୍ଧୁ ଓ ତାଙ୍କ ସହଯୋଗୀଙ୍କୁ ପୋଲିସ୍‌ ପଚରାଉଚୁରା କରୁଛି ବୋଲି ଡିସିପି  ସତ୍ୟବ୍ରତ ଭୋଇ କହିଛନ୍ତି।

ପୂର୍ବରୁ ଘଟିଥିବା ଗୁଳିକାଣ୍ଡ:-

୨୦୧୪ ଜୁନ ୧୮ -  ପାତ୍ରପଡାରେ ମଦଦୋକାନ ସେଲସ ମ୍ୟାନକୁ ଗୁଳିକରି ହତ୍ୟା ।

୨୦୧୫ ଫେବୃୟାରୀ ୩ - ସାମନ୍ତରାପୁର ମଦଦୋକାନ ସେଲସମ୍ୟାନକୁ ଗୁଳି କରି ହତ୍ୟା ।

୨୦୧୭ ଫେବୃଯାରୀ ୨- ସିଜୁଆଠାରେ ଦମ୍ଫତିଙ୍କୁ  ଗୁଳିମାଡ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos